ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟ୍‌ ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ, ୨୯।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ସେପ୍ଟେମ୍ବର ୧୦ରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟରେ ଭାଗ ନେବାକୁ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ରାଜି ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲରେ ବୁଧବାର ସୂଚନା ଦେଇଛନ୍ତି। ଗତ ଜୁନ୍‌ ୨୭ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରେସିଡେନ୍ସିଆଲ ଡିବେଟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଡିବେଟ୍‌ ପାଇଁ […] The post ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟ୍‌ ପାଇଁ ଟ୍ରମ୍ପ୍‌ ରାଜି appeared first on Dharitri Odia News.

ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟ୍‌ ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ, ୨୯।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ସେପ୍ଟେମ୍ବର ୧୦ରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟରେ ଭାଗ ନେବାକୁ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ରାଜି ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲରେ ବୁଧବାର ସୂଚନା ଦେଇଛନ୍ତି। ଗତ ଜୁନ୍‌ ୨୭ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରେସିଡେନ୍ସିଆଲ ଡିବେଟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଡିବେଟ୍‌ ପାଇଁ କାର୍ଯ୍ୟକାରୀ ହୋଇଥିବା ସମସ୍ତ ନିୟମ ସେପ୍ଟେମ୍ବର ୧୦ରେ ହେବାକୁ ଥିବା ଡିବେଟ୍‌ରେ ମଧ୍ୟ ଜାରି ରହିବ ବୋଲି ଉଭୟ ପକ୍ଷ ସହମତି ଦେଖାଇଥିବା ଟ୍ରମ୍ପ୍‌ କହିଛନ୍ତି। ଉକ୍ତ ଡିବେଟ୍‌ରେ କୌଣସି ଲାଇଭ୍‌ ଦର୍ଶକ ରହିବେ ନାହିଁ ଏବଂ ଉଭୟ ପ୍ରାର୍ଥୀ କହୁ ନ ଥିବା ସମୟରେ ନିଜ ମାଇକ୍ରୋଫୋନ୍‌କୁ ମ୍ୟୁଟ୍‌ କରି ରଖିବେ।

The post ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟ୍‌ ପାଇଁ ଟ୍ରମ୍ପ୍‌ ରାଜି appeared first on Dharitri Odia News.