ହାର୍ଟଆଟାକ୍‌ ପରେ କାମକୁ ଫେରିଲେ ଏହି ଅଭିନେତା

ଦୁଇ ମାସ ପୂର୍ବେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟାସ ତଲପଡେଙ୍କର ହାର୍ଟଆଟାକ୍‌ ହୋଇଥିଲା। ତାଙ୍କ ହାର୍ଟଆଟାକ୍‌ ଖବର ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଚିନ୍ତାବ୍ୟକ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି। ସେ ନିଜେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ବର୍ତ୍ତମାନ ସେ କାମକୁ ଫେରିଛନ୍ତି। ଶ୍ରେୟାସ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସାହାଯ୍ୟ ପାଇଁ ସେହି ରାତିରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଡାକ୍ତର ଏବଂ […] The post ହାର୍ଟଆଟାକ୍‌ ପରେ କାମକୁ ଫେରିଲେ ଏହି ଅଭିନେତା appeared first on Dharitri Odia News.

ହାର୍ଟଆଟାକ୍‌ ପରେ କାମକୁ ଫେରିଲେ ଏହି ଅଭିନେତା

ଦୁଇ ମାସ ପୂର୍ବେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟାସ ତଲପଡେଙ୍କର ହାର୍ଟଆଟାକ୍‌ ହୋଇଥିଲା। ତାଙ୍କ ହାର୍ଟଆଟାକ୍‌ ଖବର ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଚିନ୍ତାବ୍ୟକ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି। ସେ ନିଜେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ବର୍ତ୍ତମାନ ସେ କାମକୁ ଫେରିଛନ୍ତି।
ଶ୍ରେୟାସ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସାହାଯ୍ୟ ପାଇଁ ସେହି ରାତିରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଡାକ୍ତର ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ। ଏବେ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ଏଥିସହ ମୁଁ କାମକୁ ଫେରିଛି।
ଡିସେମ୍ବର ୧୪ରେ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଶ୍ରେୟାସ ଖୁବ୍‌ଶୀଘ୍ର ‘ୱେଲକମ ଟୁ ଦି ଜଙ୍ଗଲ’ରେ ନଜର ଆସିବେ।

The post ହାର୍ଟଆଟାକ୍‌ ପରେ କାମକୁ ଫେରିଲେ ଏହି ଅଭିନେତା appeared first on Dharitri Odia News.