‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍ ଇଣ୍ଡିଆର ଆଗାମୀ ଅଧିନାୟକ’
ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେଏଲ୍ ରାହୁଲଙ୍କ ସହ ଜସପ୍ରିତ ବୁମ୍ରାଙ୍କୁ ମଧ୍ୟ ଅଣଦେଖା କରିଛନ୍ତି। ରାଇନାଙ୍କ କହିବାନୁଯାୟୀ, ରୋହିତଙ୍କ ପରେ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଭାରତର ଅଧିନାୟକ ହୋଇପାରେ। ଗିଲ, ଯିଏକି ପ୍ରଥମ ଥର ପାଇଁ ୨୦୧୮ ଅଣ୍ଡର-୧୯ ବିଶ୍ୱକପ୍ରେ ଭାରତ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ, […] The post ‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍ ଇଣ୍ଡିଆର ଆଗାମୀ ଅଧିନାୟକ’ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେଏଲ୍ ରାହୁଲଙ୍କ ସହ ଜସପ୍ରିତ ବୁମ୍ରାଙ୍କୁ ମଧ୍ୟ ଅଣଦେଖା କରିଛନ୍ତି। ରାଇନାଙ୍କ କହିବାନୁଯାୟୀ, ରୋହିତଙ୍କ ପରେ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଭାରତର ଅଧିନାୟକ ହୋଇପାରେ। ଗିଲ, ଯିଏକି ପ୍ରଥମ ଥର ପାଇଁ ୨୦୧୮ ଅଣ୍ଡର-୧୯ ବିଶ୍ୱକପ୍ରେ ଭାରତ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ, ସେ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି। ଏବେଯାଏ ଖେଳାଯାଇଥିବା ୭ ମ୍ୟାଚ୍ରେ ସେ ଦଳକୁ ୩ ମ୍ୟାଚ୍ରେ ବିଜେତା କରାଇଛନ୍ତି। ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ପୁଣିଥରେ ଆକ୍ସନକୁ ଆସିବେ। କହିବାକୁ ଗଲେ ସେ ହିଁ ଆଗାମୀ ଅଧିନାୟକ ହେବେ ବୋଲି ରାଇନା ଭବିଷ୍ୟବାଣୀ କରିଛନ୍ତି।
କହିରଖୁଛୁ, ଗିଲଙ୍କ ପାଖରେ ଅଧିନାୟକ ଭାବେ ଅଭିଜ୍ଞତା ଶୂନ। କାରଣ ତାଙ୍କୁ ନେତୃତ୍ୱ ନେବାକୁ କେବେ ସୁଯୋଗ ମିଳିନାହିଁ। ଯଦି ଆଗାମୀ ଦିନରେ ତାଙ୍କୁ ଅଧିନାୟକ କରାଯାଏ ତେବେ ଟିମ୍ ମ୍ୟାନେଜମେଣ୍ଟର ଏକ ଦୁଃସାହସିକ ନିଷ୍ପତ୍ତି ବୋଲି କୁହାଯିବ। ବର୍ତ୍ତମାନ ସମୟରେ ଭାରତର ଧଳା ବଲ୍ ଟିମ୍ର ଉପଅଧିନାୟକ ଅଛନ୍ତି ହାର୍ଦ୍ଦିକ ଏବଂ ସେ ରୋହିତଙ୍କ ଅନୁପସ୍ଥିତିରେ ୧୬ ଟି୨୦ ଏବଂ ୩ ଏକଦିବସୀୟ ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଷ୍ଟାର ପେସର ଜସପ୍ରିତ ବୁମ୍ରା ରୋହିତଙ୍କ ଉପଅଧିନାୟକ ଥିଲେ। ମ୍ୟାଚ୍ଟିକୁ ୪-୧ ଅନ୍ତରାଳେ ଭାରତ ଜିତିଥିଲା।
The post ‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍ ଇଣ୍ଡିଆର ଆଗାମୀ ଅଧିନାୟକ’ appeared first on Dharitri Odia News.