ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର

ନୂଆଦିଲ୍ଲୀ: ୨୦୨୪ ଆଇସିସି ଟି-୨୦ ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ ଟି-୨୦ ବିଶ୍ବକପରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରହିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର ହୋଇଛନ୍ତି। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ […]

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର
hardik-pandy

ନୂଆଦିଲ୍ଲୀ: ୨୦୨୪ ଆଇସିସି ଟି-୨୦ ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ ଟି-୨୦ ବିଶ୍ବକପରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରହିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର ହୋଇଛନ୍ତି। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି।

Untitled 1 4

ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି। ଏହି ଖବର ଶୁଣି କ୍ରିକେଟ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି।

Screenshot 4

ବିଶ୍ବକପରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଦେଖିବାକୁ ଗଲେ ୮ଟି ମ୍ୟାଚରେ ୪୮ ଏଭାରେଜ ସହିତ ୧୫୦ ଷ୍ଟ୍ରାଇକ ରେଟରେ ୧୪୪ ରନ ବନାଇଛନ୍ତି। କେବଳ ଏତିକି ନୁହଁ ୮ଟି ମ୍ୟାଚରେ ତାଙ୍କ ନାଁରେ ୧୧ଟି ୱିକେଟ ସାମିଲ ରହିଛି । ଫାଇନାଲ ମୁକାବିଲାରେ ପାଣ୍ଡ୍ୟା ୩ ଓଭରରେ ମାତ୍ର ୨୦ ରନ ଦେଇ ୩ଟି ଗୁରୁତ୍ବପୁର୍ଣ୍ଣ ୱିକେଟ ହାସଲ କରିଥିଲେ।