ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୧୮ଟି ବଗି କ୍ଷତି ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣରାପଡିଛି। ସୂଚନାନୁସାରେ, ଏହି ଟ୍ରେନ ଦୁର୍ଘଟଣା ସକାଳ ପ୍ରାୟ ୪.୦୦ ସମୟରେ ରାଜଖରୱାନ ୱେଷ୍ଟ ଆଉଟର୍ ଏବଂ ବାରବାମ୍ବୁ ଷ୍ଟେଶନ ମଧ୍ୟରେ ଘଟିଥିଲା। ରେଳବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଆହତଙ୍କୁ ଭାରତୀୟ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ […] The post ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି appeared first on Dharitri Odia News.
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୧୮ଟି ବଗି କ୍ଷତି ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣରାପଡିଛି।
ସୂଚନାନୁସାରେ, ଏହି ଟ୍ରେନ ଦୁର୍ଘଟଣା ସକାଳ ପ୍ରାୟ ୪.୦୦ ସମୟରେ ରାଜଖରୱାନ ୱେଷ୍ଟ ଆଉଟର୍ ଏବଂ ବାରବାମ୍ବୁ ଷ୍ଟେଶନ ମଧ୍ୟରେ ଘଟିଥିଲା। ରେଳବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଆହତଙ୍କୁ ଭାରତୀୟ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରୁଛନ୍ତି।
ସୂଚନାନୁସାରେ, ହାଓ୍ବଡା-ମୁମ୍ବାଇ ମେଲ ଏକ୍ସପ୍ରେସର ପ୍ରାୟ ୫ଟି ବଗି ଖସିପଡି ସେଠାରେ ପାର୍କିଂ ହୋଇଥିବା ସାମଗ୍ରୀ ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।
The post ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି appeared first on Dharitri Odia News.