ହିଂସା କ୍ଷତିଗ୍ରସ୍ତ ମଣିପୁରରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଦୌଡ଼ରେ ୫ ନେତା

୨୦୨୩ ମେ’ ମାସରୁ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ବୀରେନ ସିଂହ ଏହାକୁ ରୋକିବାକୁ କାହିଁକି ବିଫଳ ହେଲେ?

ହିଂସା କ୍ଷତିଗ୍ରସ୍ତ ମଣିପୁରରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଦୌଡ଼ରେ ୫ ନେତା

ରବିବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ଏନ ବୀରେନ ସିଂହଙ୍କ ଅପ୍ରତ୍ୟାଶିତ ଇସ୍ତଫା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୨୦୨୩ ମେ’ ମାସରୁ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ବୀରେନ ସିଂହ ଏହାକୁ ରୋକିବାକୁ କାହିଁକି ବିଫଳ ହେଲେ? ବିଫଳତା ସତ୍ତ୍ୱେ ବିଜେପି ତାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ହଟାଉ ନଥିଲା?

ଏବେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାରୁ ଧମକ ଦେବାରୁ ବୀରେନ ସିଂହ ଇସ୍ତଫା ଦେଇଛନ୍ତି କି? ଏସବୁ ପ୍ରଶ୍ନ ଭିତରେ ସବୁଠାରୁ ବଡ଼ କଥା ହେଲା ବୀରେନ ସିଂହ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନ କିଏ ନେବେ? ହିଂସା କ୍ଷତିଗ୍ରସ୍ତ ମଣିପୁରର ମୁଖ୍ୟମନ୍ତ୍ରୀ କିଏ ହେବେ? ଭାରତୀୟ ଜନତା ପାର୍ଟି ବିଧିବଦ୍ଧ ଭାବେ ଆଶାୟୀଙ୍କ ନାଁ ଘୋଷଣା କରିନାହିଁ ସତ, କିନ୍ତୁ ଟପ୍‌ ପୋଷ୍ଟ ଦୌଡ଼ରେ ୫ ନେତା ରହିଥିବା କୁହାଯାଉଛି।

ଏହି ୫ ନେତା ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ରଙ୍କ ସହ ମଧ୍ୟ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ମଣିପୁରର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେତା

୧- ଟି ସତ୍ୟବ୍ରତ ସିଂହ: ୨୦୧୭ ଓ ୨୦୨୨ରେ ସତ୍ୟବ୍ରତ ସିଂହ ମଣିପୁର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୟାଇସକୁଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଶ୍ରୀ ସିଂହ ଏବେ ମଣିପୁର ବିଧାନସଭାର ବାଚସ୍ପତି ରହିଛନ୍ତି। ପୂର୍ବରୁ ସେ ରାଜ୍ୟର ଖାଦ୍ୟ, ଖାଉଟି ବ୍ୟାପାର, ସାଧାରଣ ବଣ୍ଟନ, ଆଇନ, ଶ୍ରମ ଓ ନିଯୁକ୍ତି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଅଭିଜ୍ଞତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

Satyabrat singhସତ୍ୟବ୍ରତ ସିଂହ

୨- ବସନ୍ତ କୁମାର ସିଂହ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଥିବା ନମବୋଲ ଆସନରୁ ବସନ୍ତ କୁମାର ସିଂହ ୪ଥର ବିଧାୟକ ହୋଇଛନ୍ତି। ସେ ବୀରେନ ସିଂହ ସରକାରର ଦ୍ୱିତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଭାବେ କାମ କରିଛନ୍ତି।

Basanta kumra singhବସନ୍ତ କୁମାର ସିଂହ

୩- ରାଧେଶ୍ୟାମ ସିଂହ: ୨୦୧୭ରେ ରାଧେଶ୍ୟାମ ସିଂହ ପ୍ରଥମଥର ପାଇଁ ବିଜେପି ଟିକେଟରେ ହେଇରୋକ ଆସନରୁ ବିଜୟୀ ହୋଇଥିଲେ। ବୀରେନ ସିଂହ ସରକାରର ପ୍ରଥମ ପାଳିରେ ତାଙ୍କୁ ଶିକ୍ଷା, ଶ୍ରମିକ ଓ ନିଯୁକ୍ତି ମନ୍ତ୍ରୀ କରାଯାଇଥିଲା। ୨୦୨୨ରେ ସେ ସେ ପୁଣି ବିଜେପି ଟିକେଟରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ପାଇଥିଲେ।

Radhaରାଧେଶ୍ୟାମ ସିଂହ

ରାଧେଶ୍ୟାମ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆଇପିଏସ। ୨୦୦୬ରେ ତାଙ୍କୁ ରାଷ୍ଟ୍ରପତି ପୁଲିସ୍‌ ପଦକ ମିଳିଥିଲା। ମିଳିତ ଜାତିସଂଘରେ କାମ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି। ୧୯୯୬ରୁ ୨୦୦୦ ମସିହା ଯାଏ ରାଧେଶ୍ୟାମ ମଣିପୁର ରାଜ୍ୟପାଳଙ୍କ ଏଡିସି ଭାବେ କାମ କରିଥିଲେ।

୪- ୱାଇ ଖେମଚାନ୍ଦ ସିଂହ : ୨୦୧୭ରୁ ୨୦୨୨ ଯାଏ ଖେମଚାନ୍ଦ ସିଂହ ମଣିପୁର ବିଧାନସଭାର ବାଚସ୍ପତି ଭାବେ କାମ କରିଥିଲେ। ବୀରେନ ସିଂହ ସରକାରଙ୍କ ଦ୍ୱିତୀୟ ପାଳିରେ ଖେମଚାନ୍ଦ ଶିକ୍ଷା ମନ୍ତ୍ରୀ ହୋଇଥିଲେ।

Khamechandଖେମଚାନ୍ଦ ସିଂହ

୫- ବିଶ୍ୱଜିତ ସିଂହ: ୨୦୧୨ରେ ବିଶ୍ୱଜିତ ସିଂହ ଟିଏମସି ଟିକେଟରେ ଲଢ଼ି ମଣିପୁର ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୫ରେ ସେ ଇସ୍ତଫା ଦେଇ ବିଜେପି ଟିକେଟରେ ଉପ ନିର୍ବାଚନ ଲଢ଼ିଥିଲେ। ସେବେଠାରୁ ସେ ବିଜେପିରୁ ଜିତି ଆସୁଛନ୍ତି। ବର୍ତ୍ତମାନ ସେ ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ, ଶକ୍ତି, କୃଷି, ବିଜ୍ଞାନ ଓ ଟେକ୍ନୋଲୋଜି ବିଭାଗର ମନ୍ତ୍ରୀ ରହିଛନ୍ତି।

Biswajit Singhବିଶ୍ୱଜିତ ସିଂହ