ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜୟ ପାଇଁ ମାଗିଲେ ଆଶିଷ

ଅନୁଗୁଳ ୨୫/୦୩ : ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରି ସମ୍ବଲପୁର ଲୋକସଭା କ୍ଷେତରେ ବିଜୟ ଲାଭ ପାଇଁ କରିଲେ ପୂଜାର୍ଚ୍ଚନା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତରେ ଆସି ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି । ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ଚୟନ ହେବା ପରେ ନିଜର ଜନ୍ମମାଟି ତାଳଚେର ଆସି ହିଙ୍ଗୁଳା ମାଆଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ସହ ମାଆଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । କିଭଳି ଭାବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜୟଲାଭ କରିବେ ସେ ନେଇ ପୂଜାର୍ଚ୍ଚନା କରିଛନ୍ତି । ମାଆଙ୍କର ପାଖରେ ଧୂପ,ଦୀପ ଦେଇ ପୂଜାର୍ଚ୍ଚନା ହୋଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରରେ ଲଢ଼ିବା ପାଇଁ ମା ଶକ୍ତି ଦିଅନ୍ତୁ, ଏବଂ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଙ୍ଗୁଳା କ୍ଷେତ୍ରରେ କର୍ମୀମାନେ ବିପୁଳ ସଂଖ୍ୟାରେ ସ୍ୱାଗତ କରିଛନ୍ତି ।

ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜୟ ପାଇଁ ମାଗିଲେ ଆଶିଷ

ଅନୁଗୁଳ ୨୫/୦୩ : ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରି ସମ୍ବଲପୁର ଲୋକସଭା କ୍ଷେତରେ ବିଜୟ ଲାଭ ପାଇଁ କରିଲେ ପୂଜାର୍ଚ୍ଚନା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତରେ ଆସି ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି । ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ଚୟନ ହେବା ପରେ ନିଜର ଜନ୍ମମାଟି ତାଳଚେର ଆସି ହିଙ୍ଗୁଳା ମାଆଙ୍କୁ ଦର୍ଶନ କରିଛନ୍ତି । 


ଦର୍ଶନ କରିବା ସହ ମାଆଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । କିଭଳି ଭାବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜୟଲାଭ କରିବେ ସେ ନେଇ ପୂଜାର୍ଚ୍ଚନା କରିଛନ୍ତି । ମାଆଙ୍କର ପାଖରେ ଧୂପ,ଦୀପ ଦେଇ ପୂଜାର୍ଚ୍ଚନା ହୋଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରରେ ଲଢ଼ିବା ପାଇଁ ମା ଶକ୍ତି ଦିଅନ୍ତୁ, ଏବଂ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଙ୍ଗୁଳା କ୍ଷେତ୍ରରେ କର୍ମୀମାନେ ବିପୁଳ ସଂଖ୍ୟାରେ ସ୍ୱାଗତ କରିଛନ୍ତି ।