ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ବେରୁଟ,୨୮।୯: ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲା ନିହତ ହୋଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟାଳୟ ନଷ୍ଟ ହୋଇଯାଇଛି। ଏପରିକି ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲାଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍ପଷ୍ଟ କରିଛି। ହାସନଙ୍କୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥି ସହିତ ବେରୁଟରେ ଭୀଷଣ ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲର ଏହି ଆକ୍ରମଣ ଯୋଗୁ […] The post ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ appeared first on Dharitri Odia News.

ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ବେରୁଟ,୨୮।୯: ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲା ନିହତ ହୋଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟାଳୟ ନଷ୍ଟ ହୋଇଯାଇଛି। ଏପରିକି ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲାଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍ପଷ୍ଟ କରିଛି।

ହାସନଙ୍କୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥି ସହିତ ବେରୁଟରେ ଭୀଷଣ ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲର ଏହି ଆକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ବିସ୍ଫୋରଣ ପରେ ଇସ୍ରାଏଲ ଦକ୍ଷିଣ ଉପକଣ୍ଠର ଅନ୍ୟ ଅଞ୍ଚଳ ଉପରେ ଅନେକ ଆକ୍ରମଣ କରିଥିବା ସୂଚନା ମିଳିଛି।

The post ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ appeared first on Dharitri Odia News.