ହିଟ ଆଣ୍ଡ ରନ ଘଟଣାରେ ପୁଣି ଦୋହଲିଲା ପୁଣେ: ଫୁଡ ଡେଲିଭରୀ ବୟଙ୍କ ଉପରେ ମାଡ଼ିଗଲା ଅଡି କାର
କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରୁ ପୁଣି ଆସିଲା ହିଟ୍ ଆଣ୍ଡ୍ ରନ୍ ଅଭିଯୋଗ। ନିଶାସକ୍ତ ଯୁବକଙ୍କ ଗାଡ଼ି ଧକ୍କାରେ ଜଣେ ଡେଲିଭରି ବୟ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅଖବର ଶେଖ ନାମକ ଡେଲିଭରୀ ବୟ ନିଜ ବାଇକ ଯୋଗେ ଯାଉଥିବା ସମୟରେ ହଠାତ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଅଡି କାର ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା ।ଘଟଣାସ୍ଥଳରେ ହିଁ ଶେଖଙ୍କ ମୃତ୍ୟୁ ହୋଇଥିଲା । ସିସିଟିଭି ପ୍ରମାଣକୁ ନେଇ ପୁଲିସ ଅଭିଯୁକ୍ତ ନିକଟରେ ପହଁଚିପାରିଛି ।