ହିଟ୍ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ
ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି। ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା […] The post ହିଟ୍ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ appeared first on Dharitri Odia News.
ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ।
ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି। ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ଚାନ୍ଦ କୁହାଯାଉଥିଲା ଏବଂ ପରେ ତାଙ୍କ ନାମ ଧ୍ୟାନଚାନ୍ଦ ହୋଇଗଲା। ୧୯୨୨ ରୁ ୧୯୨୬ ପର୍ଯ୍ୟନ୍ତ ସେନାର ରେଜିମେଣ୍ଟାଲ ମ୍ୟାଚ ଖେଳିବାବେଳେ ଧ୍ୟାନଚାନ୍ଦ ସମସ୍ତଙ୍କ ଆକର୍ଷିତ କରିଥିଲେ।
ଏହି ପ୍ରଦର୍ଶନ ପରେ ଧ୍ୟାନଚାନ୍ଦ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସେନା ଦଳରେ ମନୋନୀତ ହୋଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ଦଳ ବହୁତ ଭଲ ପ୍ରଦର୍ଶନ କରିଥିଲା। ଭାରତର ସେନା ଦଳ ୧୮ଟି ମ୍ୟାଚ ଜିତିଥିଲା, ୨ ଡ୍ର ରହିଥିଲା ଏବଂ କେବଳ ଗୋଟିଏ ମ୍ୟାଚ ହାରିଥିଲା। ଏହି ଗସ୍ତ ପରେ ଧ୍ୟାନଚାନ୍ଦ ଅଧିକ ପରିଚୟ ପାଇଲେ। ଏହିପରି ଧୀରେ ଧୀରେ ତାଙ୍କର ଯାତ୍ରା ଆଗକୁ ବଢିବାକୁ ଲାଗିଲା
୧୯୩୬ ଅଲିମ୍ପିକ୍ସରେ ହକି ଫାଇନାଲରେ ଭାରତ ଜର୍ମାନୀକୁ ୮-୧ରେ ପରାସ୍ତ କରିଥିଲା। ଜର୍ମାନୀର ଏହି ପରାଜୟକୁ ହିଟଲର ସହ୍ୟ କରି ନ ଥିଲେ ଏବଂ ସେ ଷ୍ଟାଡିୟମ ଛାଡି ପଳାଇଥିଲେ। ମ୍ୟାଚରେ କେବଳ ଧ୍ୟାନଚାନ୍ଦ ୩ଟି ଗୋଲ ସ୍କୋର କରିଥିଲେ।
ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ଦେଖି ହିଟଲର ମ୍ୟାଚ ପରେ ତାଙ୍କୁ ପଚାରିଥିଲେ ଯେ ହକି ବ୍ୟତୀତ ତୁମେ କ’ଣ କର? ଧ୍ୟାନଚାନ୍ଦ କହିଥିଲେ, ମୁଁ ଜଣେ ଭାରତୀୟ ସୈନିକ। ଏହା ପରେ ହିଟଲର ତାଙ୍କୁ ଜର୍ମାନ ସେନାରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଧ୍ୟାନଚାନ୍ଦ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ। ଏଥିରେ ଭାରତ ତିନିଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା। ଅଗଷ୍ଟ ୨୯ ମେଜର ଧାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଭାରତରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ଏଥି ସହିତ କ୍ରୀଡା କ୍ଷେତ୍ରରେ ତାଙ୍କ ନାମରେ ଏକ ପୁରସ୍କାର ମଧ୍ୟ ଦିଆଯାଏ, ଯାହାକୁ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ କୁହାଯାଏ। ଏହାପୂର୍ବରୁ ଏହି ଖେଳ ରତ୍ନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ ଭାବରେ ଜଣାଶୁଣା ଥିଲା।
The post ହିଟ୍ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ appeared first on Dharitri Odia News.