ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ
ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି। ପଶ୍ଚିମ ବାୟୁସେନା ୱିଙ୍ଗ ମୁଖ୍ୟ ଏୟାର ମାର୍ଶାଲ ପି. ଏମ ସିହ୍ନା ମଧ୍ୟ ଶେଖ ହସିନାଙ୍କ ସହିତ ସାକ୍ଷାତ କରିଛନ୍ତି। ଏହାରି ମଧ୍ୟରେ ଏଭଳି ଖବର ସାମ୍ନାକୁ ମଧ୍ୟ ଆସୁଛି ଯେ, ଶେଖ ହସିନା […] The post ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ appeared first on Dharitri Odia News.
ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି। ପଶ୍ଚିମ ବାୟୁସେନା ୱିଙ୍ଗ ମୁଖ୍ୟ ଏୟାର ମାର୍ଶାଲ ପି. ଏମ ସିହ୍ନା ମଧ୍ୟ ଶେଖ ହସିନାଙ୍କ ସହିତ ସାକ୍ଷାତ କରିଛନ୍ତି।
ଏହାରି ମଧ୍ୟରେ ଏଭଳି ଖବର ସାମ୍ନାକୁ ମଧ୍ୟ ଆସୁଛି ଯେ, ଶେଖ ହସିନା ଭାରତ ଆସିବା ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ବୈଠକ ହୋଇଥିଲା। ଏଥିରେ ଭାରତର ବିଦେଶ ଗୋଇନ୍ଦା ସଂସ୍ଥା ର’ ମୁଖ୍ୟ, ଏନଏସଏ ଆଦି ସାମିଲ ଥିଲେ। ବାଂଲାଦେଶରୁ ଭାରତରେ ପହଞ୍ଚିବା ପାଇଁ ଶେଖ ହସିନାଙ୍କ ମିଶନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଏନଏସଏ, ସେନା, ବାୟୁସେନା ଏବଂ ସୁରକ୍ଷା ଏଜେନ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ସୋମବାର ଦିନ ଦ୍ୱିପ୍ରହରରେ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ସେନା ମୁଖ୍ୟ, RAW ମୁଖ୍ୟ, ବାୟୁସେନା ମୁଖ୍ୟ ଏବଂ ଅନ୍ୟାନ୍ୟ ଏଜେନ୍ସିର ମୁଖ୍ୟଙ୍କ ମଧ୍ୟରେ ଏକ ବଡ଼ ଵୈଠକ ଅନୁଷ୍ଠିତ ହୋଇଥିଲା। ଏହି ଵୈଠକରେ ହିଁ ବାଂଲାଦେଶରୁ ଶେଖ ହସିନାଙ୍କ ପ୍ରସ୍ଥାନ ଯୋଜନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହା ପରେ ସେ ବାଂଲାଦେଶରୁ ଇସ୍ତଫା ଦେଇ ଭାରତ ଆସିଥିଲେ।
The post ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ appeared first on Dharitri Odia News.