ହିତାଧିକାରୀଙ୍କୁ ମିଳିବ ଆଗୁଆ ୧୫କିଲୋ ଚାଉଳ, ରାଜ୍ୟ ଖାଦ୍ୟ ଯୋଜନାରେ ୧.୩୧ଲକ୍ଷ ଶ୍ରମିକ ହେବେ ସାମିଲ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ବଂଟନ ବ୍ୟବସ୍ଥାର ସମୀକ୍ଷା କରି ହିତାଧିକାରୀମାନଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ହିତାଧିକାରୀଙ୍କୁ ମିଳିବ ଆଗୁଆ ୧୫କିଲୋ ଚାଉଳ, ରାଜ୍ୟ ଖାଦ୍ୟ ଯୋଜନାରେ ୧.୩୧ଲକ୍ଷ ଶ୍ରମିକ ହେବେ ସାମିଲ

ସାଧାରଣ ବଂଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ୩ମାସର ଆଗୁଆ ୧୫କିଲୋ ଚାଉଳ ମିଳିବ । ଏହାବ୍ୟତୀତ ଇ-ଶ୍ରମିକ ପଞ୍ଜିକରଣରେ ବାଦ୍ ପଡ଼ିଥିବା ଆଉ ୧.୩୧ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟ ଖାଦ୍ୟ ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ବଂଟନ ବ୍ୟବସ୍ଥାର ସମୀକ୍ଷା କରି ହିତାଧିକାରୀମାନଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୩ମାସ(ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫କିଲୋ ଲେଖାଏଁ ଚାଉଳ ପାଇବେ । ଏହି ପ୍ରକ୍ରିୟା ଅକ୍ଟୋବର ପହିଲାଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ଲକ୍ଷ ପରିବାର ଏପର୍ଯ୍ୟନ୍ତ ଚାଉଳ ପାଇନାହାନ୍ତି । ଏହି ପରିବାରଗୁଡ଼ିକୁ ତୁରନ୍ତ ଚାଉଳ ବଂଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହବ୍ୟତୀତ ସମୀକ୍ଷାବେଳେ ଜଣାପଡ଼ିଥିଲା ଯେ, ରାଜ୍ୟ ସରକାର ଇ-ଶ୍ରମିକ ଭାବେ ପଞ୍ଜିକରଣ କରିଥିବା ସବୁ ଶ୍ରମିକମାନଙ୍କୁ ସାଧାରଣ ବଂଟନ ବ୍ୟବସ୍ଥାରେ ସାମିଲ କରିବାକୁ ପଦକ୍ଷେପ ନେଉଛନ୍ତି । ଇ-ଶ୍ରମିକରେ ପଞ୍ଜିକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବାବେଳେ ଆଉ ୧ଲକ୍ଷ ୩୧ହଜାର ଶ୍ରମିକ ବାକି ରହିଛନ୍ତି । ଏହି ବାଦ୍ ପଡ଼ିଥିବା ଶ୍ରମିକମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ଇ-କେୱାଇସି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।