“ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ...;" ରବିଚନ୍ଦ୍ରନ ଅଶ୍ବିନଙ୍କ ବୟାନ ପରେ ବିତର୍କ ଆରମ୍ଭ

ଚେନ୍ନାଇ: “ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ଏକ ଅଫିସିଆଲ୍ ଭାଷା।” ତାମିଲନାଡ଼ୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏଭଳି କିଛି କହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ସେ ଏହାକୁ ମାତ୍ର ୨୫ ସେକେଣ୍ଡ ପାଇଁ କହି ଅଟକି ଯାଇଥିଲେ । ସୂଚନା ଅନୁଯାୟୀ, କିଛିଦିନ ତଳେ ଭାରତୀୟ ଟେଷ୍ଟ କ୍ରିକେଟର ସଫଳ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଅଷ୍ଟ୍ରେଲିଆରେ ଚାଲୁଥିବା ବର୍ଡର ଗାଭାସ୍କର ଟ୍ରଫିର ଅଧାରୁ ଅବସର ନେଇଥିଲେ । ସେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ ଏପରି ପଦକ୍ଷେପ କାହିଁକି ନେଲେ, ତାହା ତାଙ୍କ ଛଡ଼ା ଅନ୍ୟ କାହାକୁ ଅଜଣା । କିନ୍ତୁ ଏସବୁ ଭିତରେ ଶୁକ୍ରବାର ଅଶ୍ୱିନ ଦେଇଥିବା ବୟାନ ନୂଆ ବିତର୍କ ସୃଷ୍ଟି କରିଛି। ତାମିଲନାଡ଼ୁର ଏକ ଘରୋଇ କଲେଜ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ସମୟରେ ସେ ‘ହିନ୍ଦୀ’ ଭାଷାକୁ ନେଇ ନିଜର ମତପୋଷଣ ରଖିଛନ୍ତି। ସେ କହିଥିଲେ, “ଇଂରାଜୀ ଶିକ୍ଷାର୍ଥୀମାନେ ଏଠାରେ ରହିଛନ୍ତି । ଏହାକୁ ମୋତେ ନିଶ୍ଚିତ କରନ୍ତୁ ।” ସେ ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚିୟର କରିବାକୁ କହିଥିଲେ । ତାମିଲ୍ କଥା କହିବାକୁ ପିଲାମାନେ ପୁଣି ଥରେ ନାରା ଦେଇଥିଲେ। ଅଶ୍ୱିନ ହିନ୍ଦୀ ଭାଷା କଥା ପଚାରିବାରୁ ପୂରା ପରିବେଶ ଶାନ୍ତ ପଡ଼ି ଯାଇଥିଲା।ଏହାପରେ ଅଶ୍ୱିନ କହିଥିଲେ, “

“ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ...;" ରବିଚନ୍ଦ୍ରନ ଅଶ୍ବିନଙ୍କ ବୟାନ ପରେ ବିତର୍କ ଆରମ୍ଭ

ଚେନ୍ନାଇ: “ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ଏକ ଅଫିସିଆଲ୍ ଭାଷା।” ତାମିଲନାଡ଼ୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏଭଳି କିଛି କହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ସେ ଏହାକୁ ମାତ୍ର ୨୫ ସେକେଣ୍ଡ ପାଇଁ କହି ଅଟକି ଯାଇଥିଲେ । 

ସୂଚନା ଅନୁଯାୟୀ, କିଛିଦିନ ତଳେ ଭାରତୀୟ ଟେଷ୍ଟ କ୍ରିକେଟର ସଫଳ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଅଷ୍ଟ୍ରେଲିଆରେ ଚାଲୁଥିବା ବର୍ଡର ଗାଭାସ୍କର ଟ୍ରଫିର ଅଧାରୁ ଅବସର ନେଇଥିଲେ । ସେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ ଏପରି ପଦକ୍ଷେପ କାହିଁକି ନେଲେ, ତାହା ତାଙ୍କ ଛଡ଼ା ଅନ୍ୟ କାହାକୁ ଅଜଣା । କିନ୍ତୁ ଏସବୁ ଭିତରେ ଶୁକ୍ରବାର ଅଶ୍ୱିନ ଦେଇଥିବା ବୟାନ ନୂଆ ବିତର୍କ ସୃଷ୍ଟି କରିଛି। ତାମିଲନାଡ଼ୁର ଏକ ଘରୋଇ କଲେଜ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ସମୟରେ ସେ ‘ହିନ୍ଦୀ’ ଭାଷାକୁ ନେଇ ନିଜର ମତପୋଷଣ ରଖିଛନ୍ତି। ସେ କହିଥିଲେ, “ଇଂରାଜୀ ଶିକ୍ଷାର୍ଥୀମାନେ ଏଠାରେ ରହିଛନ୍ତି । ଏହାକୁ ମୋତେ ନିଶ୍ଚିତ କରନ୍ତୁ ।” ସେ ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚିୟର କରିବାକୁ କହିଥିଲେ । ତାମିଲ୍ କଥା କହିବାକୁ ପିଲାମାନେ ପୁଣି ଥରେ ନାରା ଦେଇଥିଲେ। ଅଶ୍ୱିନ ହିନ୍ଦୀ ଭାଷା କଥା ପଚାରିବାରୁ ପୂରା ପରିବେଶ ଶାନ୍ତ ପଡ଼ି ଯାଇଥିଲା।

ଏହାପରେ ଅଶ୍ୱିନ କହିଥିଲେ, “ମୁଁ ଭାବୁଛି ମୋର ଏକଥା କହିବା ଠିକ୍ ହେବ। ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ। ଏହା ଏକ ଅଫିସିଆଲ ଲାଙ୍ଗୁଏଜ୍ ।” ସମାନ କାର୍ଯ୍ୟକ୍ରମରେ ଅଶ୍ୱିନଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ପଦକୁ ନେଇ ପ୍ରଶ୍ନ କରାଯାଇଥିଲା। ମାତ୍ର ସେ ଏହାର ସିଧାସଳଖ ଉତ୍ତର ନଦେଇ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ। ତେବେ ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ବୟାନଙ୍କୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି । ଏକ୍ସରେ କିଛି ୟୁଜର୍ସ ରବି ଅଶ୍ବିନଙ୍କ ବୟାନରେ ସହମତ ପ୍ରକାଶ କରିଛନ୍ତି । ସେପଟେ ତାମିଲନାଡ଼ୁ ବିଜେପି ନେତା ଉମା ଆନନ୍ଦନ, ଯିଏ ୨୦୨୨ରେ ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିଥିଲେ, ସେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଜଣେ ଭଲ ବନ୍ଧୁ କହିବା ସହିତ, ଆପଣ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଥିବା ନା ତାମିଲନାଡ଼ୁରୁ ବୋଲି ପ୍ରଶ୍ନ କରିଥିଲେ ।...