ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା

ଅଧିକ ସଂଖ୍ୟକ ଲୋକ ବୁଝିପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୧୦ ଜାନୁୟାରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଭାଷା ଭାବରେ […] The post ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା appeared first on Dharitri Odia News.

ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା

ଅଧିକ ସଂଖ୍ୟକ ଲୋକ ବୁଝିପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୧୦ ଜାନୁୟାରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଭାଷା ଭାବରେ ଉପସ୍ଥାପନ କରିବା ପାଇଁ ସଚେତନତା ସୃଷ୍ଟି କରିବା।
ବିଶ୍ୱରେ ହିନ୍ଦୀର ବିକାଶ ଏବଂ ପ୍ରସାର ଲକ୍ଷ୍ୟରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଆରମ୍ଭ ହୋଇଥିଲା ଏବଂ ୧୯୭୫ ଜାନୁଆରୀ ୧୦ରେ ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ଦିନଟିକୁ ସ୍ମରଣକରି ପ୍ରତିବର୍ଷ ଜାନୁଆରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଇଥାଏ।
ସେପ୍ଟେମ୍ବର ୧୯୪୯ରେ ଭାରତ ସରକାରଙ୍କ ପକ୍ଷରୁ ହିନ୍ଦୀକୁ ସରକାରୀ ଭାଷା ଭାବରେ ଘୋଷଣା କରାଯାଇଥିଲା। ଏହା ପରେ, ୧୯୫୩ରେ ରାଷ୍ଟ୍ର ଭାଷା ପ୍ରସାର ସମିତିର ସୁପାରିସ କ୍ରମେ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୦ ଜାନୁଆରୀ ୨୦୦୬ରେ ପ୍ରତିବର୍ଷ ବିଶ୍ୱ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୦ ଜାନୁଆରୀ ୨୦୦୬ରେ ପ୍ରଥମ ଥର ପାଇଁ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ସେବେଠାରୁ ଏହି ଦିବସଟି ପାଳନ ହୋଇଆସୁଛି।
ବିଦେଶରେ ଥିବା ଭାରତୀୟ ଦୂତାବାସରେ ଏହି ଦିନକୁ ବିଶେଷ ଭାବେ ପାଳନ କରାଯାଇଥାଏ।
ସାରା ବିଶ୍ୱରେ ୩୦ରୁ ଅଧିକ ଦେଶରେ ହିନ୍ଦୀ ଶିକ୍ଷା ଦିଆଯାଉଛି ଏବଂ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି। ଭାରତ ବ୍ୟତୀତ ମରିସସ୍‌, ଫିଜି, ସୁରିନାମ, ଗୁଏନା, ତ୍ରିନିଦାଦ୍‌ ଏବଂ ନେପାଳରେ ହିନ୍ଦୀ ଭାଷାକୁ କଥିତ ଭାଷା ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆମେରିକାରେ ପ୍ରାୟ ୧୫୦ରୁ ଅଧିକ ଶିକ୍ଷଣ ସଂସ୍ଥାରେ ହିନ୍ଦୀ ଶିକ୍ଷା ଦିଆଯାଉଛି।
ଅଧିକ କଥିତ ହେଉଥିବା ୫ ଭାଷା ମଧ୍ୟରେ ହିନ୍ଦୀ ରହିଛି। ପ୍ରଥମ ସ୍ଥାନରେ ଚାଇନିଜ ଭାଷା ମାଣ୍ଡାରିନ୍‌ ଥିବାବେଳେ ଦ୍ୱିତୀୟରେ ସ୍ପେନିସ୍‌ ଭାଷା ରହିଛି। ସେହିପରି ତୃତୀୟରେ ଇଂଲିଶ୍‌ ଥିବାବେଳେ ଚତୁର୍ଥରେ ହିନ୍ଦୀ ରହିଛି।

The post ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା appeared first on Dharitri Odia News.