ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ
ବଡ଼ଗାଁ,୨୫।୪(ଅଶୋକ ଷଡ଼ଙ୍ଗୀ): କଶ୍ମୀରର ପହଲଗାମ୍ରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏହି ଘଟଣାରେ ଆତଙ୍କବାଦୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଡ଼ଗାଁ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ଏକଲ ଗ୍ରାମ ଉତ୍ଥାନ ସଂସାଧନ କେନ୍ଦ୍ର ଆଦି […] The post ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ appeared first on Dharitri Odia News.
ବଡ଼ଗାଁ,୨୫।୪(ଅଶୋକ ଷଡ଼ଙ୍ଗୀ): କଶ୍ମୀରର ପହଲଗାମ୍ରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏହି ଘଟଣାରେ ଆତଙ୍କବାଦୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଡ଼ଗାଁ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ଏକଲ ଗ୍ରାମ ଉତ୍ଥାନ ସଂସାଧନ କେନ୍ଦ୍ର ଆଦି ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ହିନ୍ଦୁ ସମାଜର ଭଉଣୀ ଭାଇମାନେ ବଡ଼ଗାଁ ଡାକବଙ୍ଗଳାଠାରେ ଏକ ବୈଠକରେ ଏକାଠି ହୋଇଥିଲେ।
ସେଠାରେ ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ବଡ଼ଗାଁ ଅଞ୍ଚଳରେ ବାଙ୍ଗଲାଦେଶୀ, ରୋହିଙ୍ଗ୍ୟାମାନେ କାମ କରିବାକୁ ଆସି ଅପରାଧ ଘଟାଇବା ଦୃଷ୍ଟାନ୍ତ ଥିବାରୁ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା। ବୈଠକରେ ସନାତନ ନାଏକ, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ରାଜେଶ ଦାସ, ଆଲୋକ ସାହୁ, ବିରେନ୍ଦ୍ର ମାଝୀ, କିଶୋର କୁମାର କେଶରୀ, ଭରତ ଚନ୍ଦ୍ର ରାଉତ, ମନୋଜ କୁମାର ଟପୋ, ସୁନିଲ ନାଏକ, ରେଣୁକା ବାରିକ, ସେବତୀ ଡୁଙ୍ଗଡୁଙ୍ଗ, ଅମିତା ଡୁଙ୍ଗଡୁଙ୍ଗ, ଗୌରୀ ମାଝି, ମାନସୀ ମୁଖି ପ୍ରମୁଖ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ appeared first on Dharitri Odia News.