ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍
ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା ପ୍ରକଟ କରିଛି। ସଂଖ୍ୟାଲଘୁଙ୍କ ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାକ ସଲିଭାନ୍ ସୋମବାର ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ଫୋନରେ କଥା ହୋଇ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ୟୁନୁସ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ବିରୋଧରେ ବଢୁଥିବା ଆକ୍ରୋଶ ମଧ୍ୟରେ ସମସ୍ତ […] The post ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍ appeared first on Dharitri Odia News.
ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା ପ୍ରକଟ କରିଛି। ସଂଖ୍ୟାଲଘୁଙ୍କ ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାକ ସଲିଭାନ୍ ସୋମବାର ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ଫୋନରେ କଥା ହୋଇ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ୟୁନୁସ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ବିରୋଧରେ ବଢୁଥିବା ଆକ୍ରୋଶ ମଧ୍ୟରେ ସମସ୍ତ ଧର୍ମର ସୁରକ୍ଷା ପାଇଁ ଚର୍ଚ୍ଚା ହୋଇଥିଲା।
ଦୁଇଜଣଙ୍କ ଆଲୋଚନା ସମ୍ପର୍କରେ ସୂଚନା ଦେଇ ହ୍ୱାଇଟ ହାଉସ କହିଛି, ଦୁଇ ନେତା ସମସ୍ତ ଲୋକଙ୍କ ମାନବାଧିକାରକୁ ସମ୍ମାନ କରିବା ଏବଂ ଏହାର ରକ୍ଷା କରିବା ଦିଗରେ ନିଜର ପ୍ରତିବଦ୍ଧତା ଜାହିର କରିଥିଲେ, ପଛେ ସେ କୌଣସି ଧର୍ମର ହେଉ।
ହ୍ୱାଇଟ ହାଉସର ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏକ ସମୃଦ୍ଧ, ସ୍ଥିର ତଥା ଗଣତାନ୍ତ୍ରିକ ବାଂଲାଦେଶ ପାଇଁ ଆମେରିକାର ସମର୍ଥନକୁ ସଲିଭାନ୍ ଦୋହରାଇଛନ୍ତି ଏବଂ ବାଂଲାଦେଶକୁ ସମ୍ମୁଖୀନ ହେଉଥିବା ଆହ୍ୱାନର ସମ୍ମୁଖୀନ ହେବାକୁ ଆମେରିକା ସର୍ବଦା ସାହାଯ୍ୟ କରିବ ବୋଲି କହିଛି।
ଜେକେ ସଲିଭାନ୍ ମହମ୍ମଦ ୟୁନୁସଙ୍କ କଥାବାର୍ତ୍ତାର କିଛି ଦିନ ପୂର୍ବରୁ ଭାରତୀୟ-ଆମେରିକୀୟ ଡେମୋକ୍ରାଟିକ୍ ସାଂସଦ ଶ୍ରୀ ଥାନେଡର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ବାଂଲାଦେଶକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବାଂଲାଦେଶରେ ବଢୁଥିବା ମାନବିକ ଅଧିକାରର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଏହା ଉପରେ କଟକଣା ଲାଗୁ କରାଯିବା ଉଚିତ। ବାଂଲାଦେଶ ବିରୋଧରେ ଧାର୍ଯ୍ୟ ପ୍ରତିବନ୍ଧକ ଲାଗୁ ଏବଂ କାର୍ଯ୍ୟକାରୀ କରିବାକୁ ସେ ଆମେରିକାର ଅର୍ଥ ଏବଂ ବୈଦେଶିକ ବିଭାଗକୁ ଅନୁରୋଧ କରିଥିଲେ।
The post ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍ appeared first on Dharitri Odia News.