ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ : ଭାସିଗଲେ ୨୦ରୁ ଅଧିକ ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରୁ ବନ୍ୟାସ୍ଥିତି। କାଙ୍ଗଡା ଜିଲ୍ଲା ଖାନିଆରା ଅଂଚଳରେ ପାଣିର... The post ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ : ଭାସିଗଲେ ୨୦ରୁ ଅଧିକ ଶ୍ରମିକ appeared first on .

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ : ଭାସିଗଲେ ୨୦ରୁ ଅଧିକ ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରୁ ବନ୍ୟାସ୍ଥିତି। କାଙ୍ଗଡା ଜିଲ୍ଲା ଖାନିଆରା ଅଂଚଳରେ ପାଣିର ସୁଅରେ ଭାସିଗଲେ ୨୦ରୁ ଅଧିକ ଶ୍ରମିକ। ପ୍ରବଳ ବର୍ଷା ଯୋଗୁଁ ପାଣି ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଭାସି ଯାଇଥିବା ଆଶଙ୍କା କରାଯାଉଛି।କାଙ୍ଗଡ଼ା ଜିଲ୍ଲାର ମାନୁନି ଖାଡ୍ରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଖାନିଆରା ମାନୁନି ଖାଡ୍ରେ ଜଳସ୍ତର ବୃଦ୍ଧି ପାଇବା ପରେ ଇନ୍ଦିରା ପ୍ରିୟଦର୍ଶିନୀ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟ ଏକ ଶ୍ରମିକ କଲୋନୀରେ ନିୟୋଜିତ ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ବର୍ଷା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରମିକମାନେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଥିଲେ। ସେତେବେଳେ ମାନୁନି ଖାଡ ଏବଂ ନିକଟସ୍ଥ ଡ୍ରେନରୁ ବନ୍ୟା ଜଳ ଶ୍ରମିକ କଲୋନୀ ଆଡ଼କୁ ମୁହାଁଇ ଶ୍ରମିକଙ୍କୁ ଭସାଇ ନେଇଥିଲା।

ଶ୍ରମିକ ଭାସିଯିବା ପରେ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଛି।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ, ସ୍ଥାନୀୟ ପ୍ରଶାସନ, ଗ୍ରାମ ପଞ୍ଚାୟତ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ ଚାଲିଛି। କିଛି ସ୍ଥାନୀୟ ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି। ଏହି ବନ୍ୟାରେ ଅନେକ ଘର, ସ୍କୁଲ କୋଠା, ଦୋକାନ, ସଂଯୋଗକାରୀ ରାସ୍ତା ଏବଂ ଛୋଟ ପୋଲ କ୍ଷତିଗ୍ରସ୍ତ ହୋଇଛି। ମନାଲି ନିକଟରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବଞ୍ଜାର ଉପଖଣ୍ଡ ହୋର୍ନାଗଡ ଅଞ୍ଚଳରେ ବନ୍ୟା ଯୋଗୁଁ ଏକ ପୋଲ ଭାସିଯାଇଛି। ଏକ ସରକାରୀ ସ୍କୁଲ ପରିସରରେ ପାଣି ପଶିବା ସହ ଚାଷ ଜମି ବ୍ଯାପକ କ୍ଷତି ଘଟିଛି। ଆସନ୍ତା ୨୯ ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ଚାରି ରୁ ସାତଟି ଜିଲ୍ଲାର ପୃଥକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

The post ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ : ଭାସିଗଲେ ୨୦ରୁ ଅଧିକ ଶ୍ରମିକ appeared first on .