ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା; ଭଙ୍ଗିଲା ଘରଦ୍ବାର, ଭାସିଲା ଦୋକାନ, ୫୦ ନିଖୋଜ
ସିମ୍ମଲା୦୮/୨୪: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂ-ସ୍ଖଳନ । ସିମ୍ମଲା ରାମପୁରରେ ପ୍ରବଳ ବର୍ଷା ଯୋଗୁ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ବନ୍ୟା ପରିସ୍ଥିତି ଉପୁଜିଛି । ଆନିର ନିରମଣ୍ଡରେ ୨ଟି ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । କୁଲ୍ଲୁର ମଲାଣା, ମଣ୍ଡି ଜିଲ୍ଲାର ଥଲଟୁଖୋଣ୍ଡ ଏବଂ ଚମ୍ପା ଜିଲ୍ଲାରେ ବାଦଲ ଫାଟିବା ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ହିମାଚଳର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ବେଘର ହୋଇଛନ୍ତି ଅନେକ ଲୋକ । ବଡ଼ ବଡ଼ ବିଲ୍ଡିଂ, ସ୍କୁଲ ଘର ଏବଂ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଅଘଟଣ ଘଟିଛି । ଉଦ୍ଧାରକାରୀ ଦଳ ମାଟି ତଳୁ ୪ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ନିଖୋଜ ହୋଇଥିବା ୫୦ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି ରେସକ୍ୟୁ ଟିମ୍ ।
ସିମ୍ମଲା୦୮/୨୪: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂ-ସ୍ଖଳନ । ସିମ୍ମଲା ରାମପୁରରେ ପ୍ରବଳ ବର୍ଷା ଯୋଗୁ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି ।
ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ବନ୍ୟା ପରିସ୍ଥିତି ଉପୁଜିଛି । ଆନିର ନିରମଣ୍ଡରେ ୨ଟି ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । କୁଲ୍ଲୁର ମଲାଣା, ମଣ୍ଡି ଜିଲ୍ଲାର ଥଲଟୁଖୋଣ୍ଡ ଏବଂ ଚମ୍ପା ଜିଲ୍ଲାରେ ବାଦଲ ଫାଟିବା ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ହିମାଚଳର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ବେଘର ହୋଇଛନ୍ତି ଅନେକ ଲୋକ । ବଡ଼ ବଡ଼ ବିଲ୍ଡିଂ, ସ୍କୁଲ ଘର ଏବଂ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି ।
ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଅଘଟଣ ଘଟିଛି । ଉଦ୍ଧାରକାରୀ ଦଳ ମାଟି ତଳୁ ୪ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ନିଖୋଜ ହୋଇଥିବା ୫୦ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି ରେସକ୍ୟୁ ଟିମ୍ ।