ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷାର ତାଣ୍ଡବ; ୨ମୃତ, ଭାସିଗଲେ ୨୦ ଜଣ
ନୂଆଦିଲ୍ଲୀ ୨୬।୦୬; ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଭୀଷଣ ବର୍ଷା ଯୋଗୁଁ କୁଲୁ ଓ କାଙ୍ଗଡା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଭାସିଯାଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କାଙ୍ଗଡ଼ା ଜିଲ୍ଲାର ଖନିୟାରା ଅଞ୍ଚଳରେ ଇନ୍ଦିରା ପ୍ରିୟଦର୍ଶିନୀ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ୨୦ ଜଣ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଏହା ସହ ୨୦୦୦ ପର୍ଯ୍ୟଟକ ଫସିରହିଛନ୍ତି ।ମନୁଣି ଖଡ୍ଗ ନଦୀରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ୨୦ ଜଣ ଶ୍ରମିକ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଖୋଜାଖୋଜି କରାଯାଉଛି । ବନ୍ୟାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, ତାହାର ସଠିକ ତଥ୍ୟ ଜଣାପଡ଼ିନି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେପଟେ ବର୍ଷା ନେଇ ରାଜ୍ୟରେ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କୁଲୁ ଜିଲ୍ଲାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।କୁଲୁ ଜିଲ୍ଲାର ଜିବା ନାଲାରେ ବାପା-ଝିଅଙ୍କ ସମେତ ୩ ଜଣ ଭାସିଯାଇ ନିଖୋଜ ଥିବା ଖବର ମିଳିଛି । ଆଠଟି ଗାଡ଼ି, ୧୦ଟି କଲଭର୍ଟ ଏବଂ ଏକ ବିଦ୍ୟୁତ ପ୍ରକଳ୍ପ ଭାସିଯାଇଛି
ନୂଆଦିଲ୍ଲୀ ୨୬।୦୬; ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଭୀଷଣ ବର୍ଷା ଯୋଗୁଁ କୁଲୁ ଓ କାଙ୍ଗଡା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଭାସିଯାଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କାଙ୍ଗଡ଼ା ଜିଲ୍ଲାର ଖନିୟାରା ଅଞ୍ଚଳରେ ଇନ୍ଦିରା ପ୍ରିୟଦର୍ଶିନୀ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ୨୦ ଜଣ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଏହା ସହ ୨୦୦୦ ପର୍ଯ୍ୟଟକ ଫସିରହିଛନ୍ତି ।

ମନୁଣି ଖଡ୍ଗ ନଦୀରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ୨୦ ଜଣ ଶ୍ରମିକ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଖୋଜାଖୋଜି କରାଯାଉଛି । ବନ୍ୟାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, ତାହାର ସଠିକ ତଥ୍ୟ ଜଣାପଡ଼ିନି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେପଟେ ବର୍ଷା ନେଇ ରାଜ୍ୟରେ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କୁଲୁ ଜିଲ୍ଲାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।କୁଲୁ ଜିଲ୍ଲାର ଜିବା ନାଲାରେ ବାପା-ଝିଅଙ୍କ ସମେତ ୩ ଜଣ ଭାସିଯାଇ ନିଖୋଜ ଥିବା ଖବର ମିଳିଛି । ଆଠଟି ଗାଡ଼ି, ୧୦ଟି କଲଭର୍ଟ ଏବଂ ଏକ ବିଦ୍ୟୁତ ପ୍ରକଳ୍ପ ଭାସିଯାଇଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ମଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବ୍ୟାସ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ଆଲର୍ଟ ଜାରି କରିଛି । NDRF ଦଳ ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛି