ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ: ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ। ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ ପୋଲର ସୁରକ୍ଷା ବାଡ଼ାରେ ପିଟି ହୋଇ ତଳକୁ ଖସିପଡ଼ିଥିଲା ପିକଅପ୍।ତେବେ ପିକଅପ ଭ୍ୟାନରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ମଣ୍ଡି ଏସ୍‌ପି କହିଛନ୍ତି ଗାଡ଼ି ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ତିନି ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ନାଁ ସୁଖବିନ୍ଦର, ଉମେଶ ଏବଂ ସାଗର। ଏହି ତିନି ଜଣ ପଞ୍ଜାବର ଭିନ୍ନ ଭିନ୍ନ ସ୍ଥାନର। ଯେତେବେଳେକ ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ।ସେପଟେ ଘଟଣାକୁ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍‌ଖୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ: ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ। ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ ପୋଲର ସୁରକ୍ଷା ବାଡ଼ାରେ ପିଟି ହୋଇ ତଳକୁ ଖସିପଡ଼ିଥିଲା ପିକଅପ୍।

ତେବେ ପିକଅପ ଭ୍ୟାନରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ମଣ୍ଡି ଏସ୍‌ପି କହିଛନ୍ତି ଗାଡ଼ି ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ତିନି ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ନାଁ ସୁଖବିନ୍ଦର, ଉମେଶ ଏବଂ ସାଗର। ଏହି ତିନି ଜଣ ପଞ୍ଜାବର ଭିନ୍ନ ଭିନ୍ନ ସ୍ଥାନର। ଯେତେବେଳେକ ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ।

ସେପଟେ ଘଟଣାକୁ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍‌ଖୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।