ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ ପୋଲିସ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ପ୍ରବଳ ତୁଷାରପାତ ଯୋଗୁ ଲାହୌଲ୍‌ ଉପତ୍ୟକା ଏବଂ ମନାଲି ଅଞ୍ଚଳ ପ୍ରଭାବିତ ହୋଇଛି। ତୁଷାର ଝଡ଼ ଯୋଗୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ମନାଲି-ଲେହ ରାଜପଥର ସୋଲାଙ୍ଗ ଏବଂ ଲାହୌଲ ଉପତ୍ୟକାକୁ ଗାଡ଼ି ଚଳାଚଳ ବନ୍ଦ […] The post ହିମାଚଳରେ ପ୍ରବଳ ତୁଷାରପାତ appeared first on Dharitri Odia News.

ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ ପୋଲିସ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ପ୍ରବଳ ତୁଷାରପାତ ଯୋଗୁ ଲାହୌଲ୍‌ ଉପତ୍ୟକା ଏବଂ ମନାଲି ଅଞ୍ଚଳ ପ୍ରଭାବିତ ହୋଇଛି। ତୁଷାର ଝଡ଼ ଯୋଗୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ମନାଲି-ଲେହ ରାଜପଥର ସୋଲାଙ୍ଗ ଏବଂ ଲାହୌଲ ଉପତ୍ୟକାକୁ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି।

The post ହିମାଚଳରେ ପ୍ରବଳ ତୁଷାରପାତ appeared first on Dharitri Odia News.