ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍‌ ମନା

ସମ୍ବଲପୁର ୦୯।୦୫ : ଭାରତ-ପାକିସ୍ତାନ ଉତ୍ତେଜନା ଇଫେକ୍ଟ । ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା । ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍‌ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍‌ ମନା

ସମ୍ବଲପୁର ୦୯।୦୫ : ଭାରତ-ପାକିସ୍ତାନ ଉତ୍ତେଜନା ଇଫେକ୍ଟ । ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା । ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । 

ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍‌ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।