ହୀରାକୁଦ ଡ୍ୟାମ୍ର ପୁଣି ୨ ଗେଟ୍ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ
ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ଜଳଭଣ୍ଡାର ବାମପାଶର୍ବର ଆଉ ୨ଟି ସ୍ଲୁଇସ୍ ଖୋଲାଯାଇ ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ ପହଞ୍ଚିଛି। […] The post ହୀରାକୁଦ ଡ୍ୟାମ୍ର ପୁଣି ୨ ଗେଟ୍ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ appeared first on Dharitri Odia News.
ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ଜଳଭଣ୍ଡାର ବାମପାଶର୍ବର ଆଉ ୨ଟି ସ୍ଲୁଇସ୍ ଖୋଲାଯାଇ ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ ପହଞ୍ଚିଛି।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୧ ଲକ୍ଷ ୪୦ ହାଜର ୫୧୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ୍ ୯୯ ହଜାର ୧୯୦ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରେ ବାମପାଶର୍ବର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୨୦୪, ଶାସନ କେନାଲରେ ୫୦୨ ଓ ସମ୍ବଲପୁର କେନାଲରେ ୮୮ ଘନଫୁଟ ଜଳ ମିଶି ମୋଟ୍ ୩୭୯୪ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୦୪.୨୭ ମିଲିମିଟର ଓ ତଳମୁଣ୍ଡରେ ୦୭.୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
The post ହୀରାକୁଦ ଡ୍ୟାମ୍ର ପୁଣି ୨ ଗେଟ୍ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ appeared first on Dharitri Odia News.