ହୀରାକୁଦ ପୋଲିସ ଦ୍ବାରା ବିପୁଳ ପରିମାଣର ନିଶା କଫ ସିରଫ ଜବତ ୧୨ ଗିରଫ
ସମ୍ବଲପୁର: ସମ୍ବଲପୁର ହୀରାକୁଦ ପୋଲିସ ଦ୍ୱାରା ୨୪୦୦ ବୋତଲ ନିଶା କଫ ସିରଫ ଜବତ ହେବାସହ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି l ସମ୍ବଲପୁର ରେ କଫ ସିରଫ ଚାଲାଣ ହେବା ନେଇ ଆଜି ହୀରାକୁଦ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା l ହୀରାକୁଦ ଭଙ୍ଗାମୁଣ୍ଡା ସ୍ଥିତ ତିୱାରୀ ଢ଼ାବା ରେ ହୀରାକୁଦ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ୨୪୦୦ ସହ ନିଶା କଫ ସିରଫ […] The post ହୀରାକୁଦ ପୋଲିସ ଦ୍ବାରା ବିପୁଳ ପରିମାଣର ନିଶା କଫ ସିରଫ ଜବତ ୧୨ ଗିରଫ appeared first on Odisha.News.

ସମ୍ବଲପୁର: ସମ୍ବଲପୁର ହୀରାକୁଦ ପୋଲିସ ଦ୍ୱାରା ୨୪୦୦ ବୋତଲ ନିଶା କଫ ସିରଫ ଜବତ ହେବାସହ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି l
ସମ୍ବଲପୁର ରେ କଫ ସିରଫ ଚାଲାଣ ହେବା ନେଇ ଆଜି ହୀରାକୁଦ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା l ହୀରାକୁଦ ଭଙ୍ଗାମୁଣ୍ଡା ସ୍ଥିତ ତିୱାରୀ ଢ଼ାବା ରେ ହୀରାକୁଦ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ୨୪୦୦ ସହ ନିଶା କଫ ସିରଫ ଜବତ କରିବା ସହ ଦୁଇଟି ବୋଲେରୋ ପିକଅପ ସହ ଏକ ସ୍କୁଟି ଜବତ କରିଥିଲା l ଏହି ମାମଲାରେ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି l ଏହି ନିଶା କଫ ସିରଫ କଲିକତା ରୁ ଭୁବନେଶ୍ୱର ଦେଇ ସମ୍ବଲପୁର ଆସିଥିଲା l ପୁଣି ସମ୍ବଲପୁର ରୁ ଏହା ବରଗଡ଼ କୁ ଯାଇଥାନ୍ତା l ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି l ଜବତ କିଫସିରଫ ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ହେବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l ଏହା ପୂର୍ବରୁ ଗତ ୧୭ ତାରିଖ ସମ୍ବଲପୁର ସଦର ପୋଲିସ ଦ୍ୱାରା ୨୨୭୨ ଟି ନିଶା କଫ ସିରଫ ଜବତ ହେବା ସହ ୨୦ ଜଣ ଗିରଫ ହୋଇଥିଲେ l ଏନେଇ ଆଜି ଉତ୍ତରଞ୍ଚଳ ଆଇଜିହିମାଂଶୁ ଲାଲ କହିଛନ୍ତି କୋରେକ୍ସ ଓ ଡ୍ରଗ୍ସ କୁ ନେଇ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି l ନିଶା କୁ ସମ୍ବଲପୁର ରୁ କିପରି ସବୁଦିନ ପାଇଁ କେମିତି ସମାପ୍ତ କରିହେବ ସେଥିପାଇଁ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଛି।ବିଭିନ୍ନ ବର୍ଗ ର ଲୋକଙ୍କୁ ନେଇ କମିଟି ଗଠନ କରାଯିବ। ସମସ୍ତେ ମିଳିମିଶି ଏହି ନିଶା କାରବାର କୁ ସମ୍ପୂର୍ଣ ବନ୍ଦ କରାଯିବ ବୋଲି ସେ କହିଛନ୍ତି।
The post ହୀରାକୁଦ ପୋଲିସ ଦ୍ବାରା ବିପୁଳ ପରିମାଣର ନିଶା କଫ ସିରଫ ଜବତ ୧୨ ଗିରଫ appeared first on Odisha.News.