ହୀରାକୁଦରେ ଆଉ ୨ ଗେଟ୍‌ ବନ୍ଦ, ଏବେ ଜଳଭଣ୍ଡାରରେ ୯୨୯.୭୯ ଫୁଟ ଜଳ

ସମ୍ବଲପୁର ୩୦।୦୯ : ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌ । ବର୍ତ୍ତମାନ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପଟରୁ ୩ଟି ଏବଂ ଡାହାଣ ପଟୁ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଗକୁ ସ୍ଥିତି ଦେଖି ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ଉପରମୁଣ୍ଡରେ ବର୍ଷା କମିଛି । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ସକାଳ ୯ଟା ସୁଦ୍ଧା ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୋମବାର ଦୁଇଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଉଛି । ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୨୬ ହଜାର ୪୮୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୯ ହଜାର ୧୯୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରରେ ୯୨୯.୭୯ ଫୁଟ ଜଳ ରହିଛି । 

ହୀରାକୁଦରେ ଆଉ ୨ ଗେଟ୍‌ ବନ୍ଦ, ଏବେ ଜଳଭଣ୍ଡାରରେ ୯୨୯.୭୯ ଫୁଟ ଜଳ

ସମ୍ବଲପୁର ୩୦।୦୯ : ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌ । ବର୍ତ୍ତମାନ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପଟରୁ ୩ଟି ଏବଂ ଡାହାଣ ପଟୁ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଗକୁ ସ୍ଥିତି ଦେଖି ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି । 

ଖବର ଅନୁଯାୟୀ, ଉପରମୁଣ୍ଡରେ ବର୍ଷା କମିଛି । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ସକାଳ ୯ଟା ସୁଦ୍ଧା ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୋମବାର ଦୁଇଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଉଛି । 

ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୨୬ ହଜାର ୪୮୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୯ ହଜାର ୧୯୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରରେ ୯୨୯.୭୯ ଫୁଟ ଜଳ ରହିଛି ।