ହୁ ହୁ ହୋଇ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର
ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣ ପାଇଁ ଉଦ୍ୟମ ନାହିଁ, ବରଂ ଯେଉଁମାନେ ଉଦ୍ୟମ କରୁଛନ୍ତି ତାଙ୍କୁ ନିନ୍ଦିତ କରିବା ସହ... The post ହୁ ହୁ ହୋଇ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର appeared first on .
ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣ ପାଇଁ ଉଦ୍ୟମ ନାହିଁ, ବରଂ ଯେଉଁମାନେ ଉଦ୍ୟମ କରୁଛନ୍ତି ତାଙ୍କୁ ନିନ୍ଦିତ କରିବା ସହ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଓଡ଼ିଶାର ବିଜେପି ସରକାର ଏଭଳି କରୁଥିବା ରାଜ୍ୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଏହା ବିରୋଧରେ କଠୋର ନିଷ୍ପତ୍ତି ନେବାକୁ ଯାଉଛି ସଂଘ । ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ରାଜ୍ୟରେ ଦୋକାନ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବାକୁ ସଂଘ ଚେତାବନୀ ଦେଇଛି । ଏଥିପାଇଁ ଜୟପୁରରେ ହେବାକୁ ଥିବା ସଂଘର ବୈଠକରେ ନିଷ୍ପତ୍ତି ନିଆଯିବ । ସେପଟେ ଦାରିଙ୍ଗବାଡି ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯେପରି ହାଲୁକା ମନ୍ତବ୍ୟ ଦେଇଛନ୍ତି ଏ ପ୍ରସଙ୍ଗରେ ମଧ୍ୟ ଯୋଗାଣ ମନ୍ତ୍ରୀ ଅତ୍ୟନ୍ତ ହାଲକା ଭାବେ ମନ୍ତବ୍ୟ ଦେଇଛନ୍ତି।
ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ଦରଦାମ ନିୟନ୍ତ୍ରଣ କରିବାକୁ ସରକାରଙ୍କ ଆଗ୍ରହ ନାହିଁ କି ଇଛା ବି ନାହିଁ । ଯାହାର ଫଳ ସ୍ଵରୂପ ସନ୍ତୁଳି ହେଉଛନ୍ତି ସାଧାରଣ ଗ୍ରାହକ । ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଲଗାତର ବିଭିନ୍ନ ପ୍ରସ୍ତାବ ଦେଇଆସୁଛି । ସେସବୁ ଗ୍ରହଣ ନକରି ଓଲଟା ନିଜ ଦୋଷକୁ ଲୁଚାଇବାକୁ ରାଜ୍ୟର ବ୍ୟବସାୟୀଙ୍କ ମୁଣ୍ଡରେ ସରକାର ଅଠା ବୋଳୁଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଜୟପୁରରେ ରାଜ୍ୟ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟର ୫ହଜାର ବ୍ୟବସାୟୀ ଯୋଗଦେବେ । ବୈଠକରେ ସରକାରଙ୍କ ବିରୋଧରେ କଠୋର ନିଷ୍ପତ୍ତି ନିଆଯିବ ବୋଲି କହିଛି କହିଛି ରାଜ୍ୟ ବ୍ୟବସାୟୀ ସଂଘ। । ସରକାରଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ । ସାମୁହିକ ଭାବେ ନିଜର ଲାଇସେନ୍ସ ଫେରାଇବେ, ସରକାରଙ୍କ କୌଣସି ରାଜସ୍ୱ କଲେକ୍ସନ କରିବେ ନାହିଁ । ଆଇନଗତ ଢଙ୍ଗରେ ସରକାରଙ୍କ ବିରୋଧରେ ସବୁ ଚରମ ପଦକ୍ଷେପ ନିଆଯିବ ବୋଲି କହିଛି ସଂଘ ।
ସରକାର ଚାଷର ଅଭିବୃଦ୍ଧି କରିବେନି, ଲୋକଙ୍କ କଷ୍ଟଲବ୍ଧ ଅର୍ଥକୁ ନିଜ ଦଳ ଓ ବ୍ୟକ୍ତିଗତ ହିସାବରେ ଖର୍ଚ୍ଚ କରିବେ, ଉତ୍ପାଦନ ନବଢ଼ାଇ ବ୍ୟବସାୟୀଙ୍କୁ ଦୋଷ ଦେବେ । କର୍ପୋରେଟ ହାଉସର ସ୍ୱାର୍ଥ ପାଇଁ ସରକାର କାମ କରୁଥିବା ବେଳେ ସରକାରଙ୍କ ବିରୋଧରେ ଆର ପାର୍ ଲଢେଇ ଚେତାବନୀ ଦେଇଛି ସଂଘ । ବଞ୍ଚିବୁ ନହେଲେ ମରିବୁ ବୋଲି କହିଛି ବ୍ୟବସାୟୀ ସଂଘ । ବ୍ୟବସାୟୀଙ୍କ ଚେତାବନୀ ପରେ ମଧ୍ୟ ଅତି ହାଲୁକା ଢଙ୍ଗରେ ମନ୍ତବ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ହେଉଛି । ଉତ୍ପାଦନ କମ ହେଉଥିବାରୁ ଦର ବଢୁଛି । ବ୍ୟବସାୟୀ ମହାସଂଘ ସହ ଆମେ ଲଗାତର କଥା ହେଉଛୁ । ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ।
ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ କରିବାର ଚରମ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯାଇ ପାରେ ବୋଲି ଚେତାବନୀ ଦେଇଛି ରାଜ୍ୟ ବ୍ୟବସାୟୀ ସଂଘ।
The post ହୁ ହୁ ହୋଇ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର appeared first on .