ହୁତ ହୁତ ହୋଇ ଜଳିଗଲା ଗଦି ଇଣ୍ଡଷ୍ଟ୍ରି, କୋଟି- କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ବର: ହୁତ ହୁତ ହୋଇ ଜଳିଗଲା ଗଦି ଇଣ୍ଡଷ୍ଟ୍ରି। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡ ଘଟିଛି ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଟି.କେ ଫୋମସ ପ୍ରାଇଭେଟ୍ ଲିମିଟେଡ଼ରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କିଲୋମିଟର ଦୂରରୁ ସ୍ପଷ୍ଟ ଦେଖାଯାଉଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପ୍ରଥମେ ମଞ୍ଚେଶ୍ୱର୍ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ କିନ୍ତୁ ନିଆଁର ଭୟାବହତା ଦେଖି , ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ସେକ୍ରେଟେରିଏଟ, କଟକ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ପହଞ୍ଚିଥିଲା। ହେଲେବି ନିଆଁ ଲିଭାଇବା ଅଗ୍ନିଶମ ବାହିନୀକୁ କାଠିକର ପାଠ ହୋଇଥିଲା।ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ଷ୍ଟ୍ରାଇକିଂ ଫୋର୍ସ ରୋବୋଟିକ୍ ମନିଟର୍ ଭିତରକୁ ପଠା ଯାଇଥିଲା। ରୋବୋଟ ଦ୍ଵାରା ୱାଟର ସ୍ପ୍ରେ ପରେ ନିଆଁକୁ ସମ୍ପୂର୍ଣ୍ଣ ଲିଭା ଯାଇପାରିଥିଲା। ଆଉ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ କାବୁ କରିଥିଲା। ସେପଟେ ସୁରକ୍ଷା ଦୃଷ୍ଟିରୁ ମଞ୍ଚେଶ୍ଵର ଥାନାର ଚାରୋଟି ପୋଲିସ ଗାଡ଼ି ଓ ଫୋର୍ସ ସହ ପୋଲିସ କର୍ମଚାରୀ ମାନେ ଇଣ୍ଡଷ୍ଟ୍ରି ଚାରିପଟକୁ ଜଗି ରହିଥିଲେ।ଏନେଇ କାରଖାନା ମାଲିକଙ୍କ କହିବା ଅନୁଯାୟୀ ଏହା ସର୍ଟସର୍କିଟ ଯୋଗୁଁ ହୋଇଛି ଏବଂ ଏଥିରେ ପାଖାପାଖି ୧୦ କୋଟି ଟଙ୍କାର ସମ

ହୁତ ହୁତ ହୋଇ ଜଳିଗଲା ଗଦି ଇଣ୍ଡଷ୍ଟ୍ରି, କୋଟି- କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ବର: ହୁତ ହୁତ ହୋଇ ଜଳିଗଲା ଗଦି ଇଣ୍ଡଷ୍ଟ୍ରି। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡ ଘଟିଛି ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଟି.କେ ଫୋମସ ପ୍ରାଇଭେଟ୍ ଲିମିଟେଡ଼ରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କିଲୋମିଟର ଦୂରରୁ ସ୍ପଷ୍ଟ ଦେଖାଯାଉଥିଲା। 

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପ୍ରଥମେ ମଞ୍ଚେଶ୍ୱର୍ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ କିନ୍ତୁ ନିଆଁର ଭୟାବହତା ଦେଖି , ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ସେକ୍ରେଟେରିଏଟ, କଟକ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ପହଞ୍ଚିଥିଲା। ହେଲେବି ନିଆଁ ଲିଭାଇବା ଅଗ୍ନିଶମ ବାହିନୀକୁ କାଠିକର ପାଠ ହୋଇଥିଲା।

ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ଷ୍ଟ୍ରାଇକିଂ ଫୋର୍ସ ରୋବୋଟିକ୍ ମନିଟର୍ ଭିତରକୁ ପଠା ଯାଇଥିଲା। ରୋବୋଟ ଦ୍ଵାରା ୱାଟର ସ୍ପ୍ରେ ପରେ ନିଆଁକୁ ସମ୍ପୂର୍ଣ୍ଣ ଲିଭା ଯାଇପାରିଥିଲା। ଆଉ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ କାବୁ କରିଥିଲା। ସେପଟେ ସୁରକ୍ଷା ଦୃଷ୍ଟିରୁ ମଞ୍ଚେଶ୍ଵର ଥାନାର ଚାରୋଟି ପୋଲିସ ଗାଡ଼ି ଓ ଫୋର୍ସ ସହ ପୋଲିସ କର୍ମଚାରୀ ମାନେ ଇଣ୍ଡଷ୍ଟ୍ରି ଚାରିପଟକୁ ଜଗି ରହିଥିଲେ।

ଏନେଇ କାରଖାନା ମାଲିକଙ୍କ କହିବା ଅନୁଯାୟୀ ଏହା ସର୍ଟସର୍କିଟ ଯୋଗୁଁ ହୋଇଛି ଏବଂ ଏଥିରେ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ରାତିରେ ନିଆଁ ଲାଗିବାବେଳେ କମ୍ପାନି ଆଉଟ୍ ହାଉସରେ ଥିବା କର୍ମଚାରୀ ଶୋଇ ପଡ଼ିଥିଲେ ଯାହା ପାଇଁ ନିଆଁ ସମଗ୍ର ୟୁନିଟକୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପରେ କାରଖାନାର ଚାରିପଟ କାନ୍ଥ ଫାଟି ଯାଇଛି। ଗଦି ଓ ଗଦି ତିଆରି ସରଞ୍ଜାମ ସହ ମେସିନ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେପଟେ ଏହି ଘଟଣାର ତଦନ୍ତ କରାଯାଉଥିବାବେଳେ କାରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି।