ହୁତି ଉପରେ ହେବ ସାଂଘାତିକ ଆକ୍ରମଣ: ମିସାଇଲ୍ ମାଡ଼ ପରେ ନେତାନ୍ୟାହୁଙ୍କ ଘୋଷଣା

ଜେରୁଜେଲମ: ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରିବା ପରେ ତାତିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏଥର ହୁତି ବିଦ୍ରୋହୀଙ୍କ ଅବସ୍ଥା ଅସମ୍ଭାଳ ହେବ। ହୁତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶପଥ ନେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ରବିବାର ଦିନ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦର ନିକଟରେ ଇରାନ-ସମର୍ଥିତ ହୁଥି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାପରେ ନେତାନ୍ୟାହୁ ୟେମନର ହୁଥି ବିଦ୍ରୋହୀଙ୍କ ବିରୁଦ୍ଧରେ ଏକାଧିକ ଆଟାକ କରିବା କଥା କହିଛନ୍ତି। ତେଲ ଅଭିବ ଆକ୍ରମଣର କିଛି ସମୟ ପରେ ପୋଷ୍ଟ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି "ଆମେ ଅତୀତରେ ସେମାନଙ୍କ ବିରୁଦ୍ଧରେ ଅପରେସନ କରିଥିଲୁ ଏବଂ ଭବିଷ୍ୟତରେ ମଧ୍ୟ ଅପରେସନ କରିବୁ। "ଏହା ଧମକା ନୁହେଁ, କିନ୍ତୁ ଏବେ ହେବ।" ପଢନ୍ତୁ- ଦିଲ୍ଲୀ-ତେଲଆଭିବ AirIndia ବିମାନକୁ ନିଆଗଲା ଅବୁଧାବୀ, ମେ ୬ ପର୍ଯ୍ୟନ୍ତ ଉଡାଣ ବାତିଲଗାଜାରେ ପାଲେଷ୍ଟାଇନ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ ବିରୋଧ କରି ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ମିସାଇଲ୍ ମାଡ଼ ବୃଦ୍ଧି କରିଛନ୍ତି। ରବିବାର ହୁତି ଇସ୍ରାଏଲର ମୁଖ୍ୟ ଅନ୍ତର୍ଜାତୀୟ ପ୍ରବେଶପଥ ବେନ୍ ଗୁରିଅନ୍ ବିମାନବନ୍ଦର ନିକଟରେ ଏକ ମିସାଇଲ୍ ମାଡ଼ କରିଥିଲେ। ଏହାପରେ ବିମାନବନ୍ଦର କଳା ଧୂଆଁରେ ପୂର୍ଣ୍ଣ ହୋଇଯାଇଥିଲା, ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।ଦୁଇ ମାସର ଅସ୍ତ

ହୁତି ଉପରେ ହେବ ସାଂଘାତିକ ଆକ୍ରମଣ: ମିସାଇଲ୍ ମାଡ଼ ପରେ ନେତାନ୍ୟାହୁଙ୍କ ଘୋଷଣା

ଜେରୁଜେଲମ: ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରିବା ପରେ ତାତିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏଥର ହୁତି ବିଦ୍ରୋହୀଙ୍କ ଅବସ୍ଥା ଅସମ୍ଭାଳ ହେବ। ହୁତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶପଥ ନେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ରବିବାର ଦିନ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦର ନିକଟରେ ଇରାନ-ସମର୍ଥିତ ହୁଥି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାପରେ ନେତାନ୍ୟାହୁ ୟେମନର ହୁଥି ବିଦ୍ରୋହୀଙ୍କ ବିରୁଦ୍ଧରେ ଏକାଧିକ ଆଟାକ କରିବା କଥା କହିଛନ୍ତି। 

ତେଲ ଅଭିବ ଆକ୍ରମଣର କିଛି ସମୟ ପରେ ପୋଷ୍ଟ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି "ଆମେ ଅତୀତରେ ସେମାନଙ୍କ ବିରୁଦ୍ଧରେ ଅପରେସନ କରିଥିଲୁ ଏବଂ ଭବିଷ୍ୟତରେ ମଧ୍ୟ ଅପରେସନ କରିବୁ। "ଏହା ଧମକା ନୁହେଁ, କିନ୍ତୁ ଏବେ ହେବ।" 

ପଢନ୍ତୁ- ଦିଲ୍ଲୀ-ତେଲଆଭିବ AirIndia ବିମାନକୁ ନିଆଗଲା ଅବୁଧାବୀ, ମେ ୬ ପର୍ଯ୍ୟନ୍ତ ଉଡାଣ ବାତିଲ

ଗାଜାରେ ପାଲେଷ୍ଟାଇନ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ ବିରୋଧ କରି ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ମିସାଇଲ୍ ମାଡ଼ ବୃଦ୍ଧି କରିଛନ୍ତି। ରବିବାର ହୁତି ଇସ୍ରାଏଲର ମୁଖ୍ୟ ଅନ୍ତର୍ଜାତୀୟ ପ୍ରବେଶପଥ ବେନ୍ ଗୁରିଅନ୍ ବିମାନବନ୍ଦର ନିକଟରେ ଏକ ମିସାଇଲ୍ ମାଡ଼ କରିଥିଲେ। ଏହାପରେ ବିମାନବନ୍ଦର କଳା ଧୂଆଁରେ ପୂର୍ଣ୍ଣ ହୋଇଯାଇଥିଲା, ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଦୁଇ ମାସର ଅସ୍ତ୍ରବିରତି ପରେ ମାର୍ଚ୍ଚ ମାସରେ ପୁଣି ଥରେ ଆରମ୍ଭ ହୋଇଥିବା ଗାଜାରେ ସାମରିକ ଅଭିଯାନକୁ ଆହୁରି ବଢ଼ାଇବା ନେଇ ଇସ୍ରାଏଲୀ ମନ୍ତ୍ରୀମାନେ ଘୋଷଣା କରିବାକୁ ଯାଉଥିବା ଖବର ମିଳିବା ପରେ ଏହି ଆକ୍ରମଣ କରାଯାଇଛି। ନେତାନ୍ୟାହୁ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ କ୍ୟାବିନେଟ ଆଜି ସନ୍ଧ୍ୟାରେ ଗାଜା ଆକ୍ରମଣର ପରବର୍ତ୍ତୀ ପର୍ଯ୍ୟାୟ ବିଷୟରେ ଆଲୋଚନା କରିବେ। ଏହି ସାମରିକ ଅଭିଯାନ ହମାସକୁ ପରାସ୍ତ କରିବା ଲକ୍ଷ୍ୟ କରାଯାଉଛି ବୋଲି ନେତାନ୍ୟାହୁ କହିଛନ୍ତି। 

ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି "ଆମେ ଦୁଇଟି ମିଶନ ଉପରେ ଧ୍ୟାନ ଦେଉଛୁ, ଗୋଟିଏ, ଆମର ବନ୍ଧକମାନଙ୍କୁ ଫେରାଇ ଆଣିବା। ଦ୍ୱିତୀୟ, ହମାସକୁ ପରାସ୍ତ କରିବା। ହମାସ ଆଦୌ ରହିବ ନାହିଁ। ଆପଣଙ୍କୁ ଏହା ବୁଝିବାକୁ ପଡିବ।" ତେବେ ଯୁଦ୍ଧରେ ଆପଣ ଗୋଟିଏ ନିଷ୍ପତ୍ତିରେ ପହଞ୍ଚିଥାନ୍ତି ତାହା ହେଲା ବିଜୟ।"

ସେପଟେ ଦିଲ୍ଲୀ-ତେଲ ଆଭିଭ ଏୟାର ଇଣ୍ଡିଆ ବିମାନକୁ ରବିବାର ଡାଇଭର୍ଟ କରି ଅବୁଧାବୀ ନିଆଯାଇଛି। ଏହି ବିମାନ ପୁଣି ଦିଲ୍ଲୀ ଫେରିବ, ତେବେ ଏୟାରଲାଇନ ମେ ୬ ତାରିଖ ପର୍ଯ୍ୟନ୍ତ ତେଲ ଆଭିବ ଉଡାଣ ବାତିଲ କରିଦେଇଛି।