ହୁତୁ ହୁତୁ ହୋଇ ଜଳିଲା ଡେଲାଙ୍ଗ ପରିବା ହାଟ, ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ପନିପରିବା
ପିପିଲି ୩।୧୧: ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଲକ୍ଷାଧିକ ଟଙ୍କାର ପନିପରିବା ସହ ଅନ୍ୟାନ୍ୟ ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଛି ।ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତି ସମୟରେ ଡେଲାଙ୍ଗ ପରିବା ହାଟରେ ନିଆଁ ଲାଗିଯାଇଥିଲା । କେହି ଜଣେ ଦୁର୍ବୃତ୍ତ ହାଟରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାରର ପନିପରିବା ସହ ଅନାନ୍ୟ ସାମଗ୍ରୀ ପୋଡିଯାଇଛି । ଏ ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।You Can Read:ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ, ୧୮ ଯାଏଁ ଅନ୍ଲାଇନ୍ରେ ଆବେଦନ
ପିପିଲି ୩।୧୧: ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଲକ୍ଷାଧିକ ଟଙ୍କାର ପନିପରିବା ସହ ଅନ୍ୟାନ୍ୟ ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତି ସମୟରେ ଡେଲାଙ୍ଗ ପରିବା ହାଟରେ ନିଆଁ ଲାଗିଯାଇଥିଲା । କେହି ଜଣେ ଦୁର୍ବୃତ୍ତ ହାଟରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାରର ପନିପରିବା ସହ ଅନାନ୍ୟ ସାମଗ୍ରୀ ପୋଡିଯାଇଛି । ଏ ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
You Can Read: