ହୁତୁହୁତୁ ହୋଇ ଜଳିଗଲା ବସ୍‌, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଯାଜପୁର: ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍‌ । ଛକ ନିକଟରେ ଛିଡ଼ା ହୋଇଥିବାବେଳେ ବସ୍‌ରେ ଲାଗିଲା ନିଆଁ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରବିବାର ସନ୍ଧ୍ୟାରେ ଘଟିଛି ଅଘଟଣ।ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ଘରୋଇ କାରଖାନାର ବସ୍‌ ମିଲିଟାରୀ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇରହିଥିବା ବେଳେ ହଠାତ୍ ଜଳି ଉଠିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସ୍ଥାନୀୟ ଦାନ ଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଡୁବୁରୀ ଯାଜପୁର ରୋଡ଼ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

ହୁତୁହୁତୁ ହୋଇ ଜଳିଗଲା ବସ୍‌, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଯାଜପୁର: ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍‌ । ଛକ ନିକଟରେ ଛିଡ଼ା ହୋଇଥିବାବେଳେ ବସ୍‌ରେ ଲାଗିଲା ନିଆଁ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରବିବାର ସନ୍ଧ୍ୟାରେ ଘଟିଛି ଅଘଟଣ।

ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ଘରୋଇ କାରଖାନାର ବସ୍‌ ମିଲିଟାରୀ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇରହିଥିବା ବେଳେ ହଠାତ୍ ଜଳି ଉଠିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସ୍ଥାନୀୟ ଦାନ ଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଡୁବୁରୀ ଯାଜପୁର ରୋଡ଼ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି।