ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ
ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ନିକଟସ୍ଥ ଅଗସ୍ତି ନୂଆଗାଁ ଠାକୁରାଣୀ ଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚତ୍ଛି। ଏହି ଉପଲକ୍ଷେ ଗ୍ରାମର ମା’ ବୁଢ଼ୀ ଠାକୁରାଣୀ ଯୁବ ନାଟ୍ୟ ସାଂସଦ ପକ୍ଷରୁ ମଙ୍ଗଳବାର ସାମାଜିକ ନାଟକ ସ୍ବାମୀମାନେ ସାବଧାନ ମଞ୍ଚସ୍ଥ ହୋଇଥିଲା। ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ କିଭଳି ତୃତୀୟ ବ୍ୟକ୍ତି ମିଶି ଫାଟ ସୃଷ୍ଟି କରୁଛି ତାହା ନାଟକ ମାଧ୍ୟମରେ ସଚେତନତା କରିଥିଲେ ଗ୍ରାମର ଉତ୍ସାହି କଳାକାର। ନାଟ୍ୟ ନିର୍ଦ୍ଦେଶକ ଡ଼ ଗୈରି ଶଙ୍କର ଶତପଥୀ ନିର୍ଦ୍ଦେଶନା ଦେଇଥିଲେ। […] The post ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ appeared first on Dharitri Odia News.
ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ନିକଟସ୍ଥ ଅଗସ୍ତି ନୂଆଗାଁ ଠାକୁରାଣୀ ଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚତ୍ଛି। ଏହି ଉପଲକ୍ଷେ ଗ୍ରାମର ମା’ ବୁଢ଼ୀ ଠାକୁରାଣୀ ଯୁବ ନାଟ୍ୟ ସାଂସଦ ପକ୍ଷରୁ ମଙ୍ଗଳବାର ସାମାଜିକ ନାଟକ ସ୍ବାମୀମାନେ ସାବଧାନ ମଞ୍ଚସ୍ଥ ହୋଇଥିଲା। ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ କିଭଳି ତୃତୀୟ ବ୍ୟକ୍ତି ମିଶି ଫାଟ ସୃଷ୍ଟି କରୁଛି ତାହା ନାଟକ ମାଧ୍ୟମରେ ସଚେତନତା କରିଥିଲେ ଗ୍ରାମର ଉତ୍ସାହି କଳାକାର। ନାଟ୍ୟ ନିର୍ଦ୍ଦେଶକ ଡ଼ ଗୈରି ଶଙ୍କର ଶତପଥୀ ନିର୍ଦ୍ଦେଶନା ଦେଇଥିଲେ। ଗ୍ରାମର ଉତ୍ସାହି ଯୁବକ ଅକ୍ଷୟ ସ୍ବାଇଁ, ନିବାସୀ ଗୌଡ଼, ଗୁରେନ୍ଦ୍ର ନାହାକ, ଆନନ୍ଦ ପଣ୍ଡା, ପ୍ରଫୁଲ୍ଲ ନାହାକ, ପିଙ୍କୁ ଷଢଙ୍ଗୀ, ମନୋରଞ୍ଜନ ଜେନା, ବଳିଆ ଗୌଡ଼ଙ୍କ ସମେତ ନାରୀ ଅଭିନେତ୍ରୀ ରୀନା, ତନୁ, ଉଷା, କୁନି ଓ ଲକି ଅତି ଚମତ୍କାର ଅଭିନୟ କରିଥିଲେ।
The post ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ appeared first on Dharitri Odia News.