ହୃଦୟ ଜିତିଲେ ପୱନ କଲ୍ୟାଣ , ପୂରା ଗାଁରେ ବାଣ୍ଟିଲେ ଚପଲ

ନୂଆଦିଲ୍ଲୀ ୨୦।୦୪; ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ଜନ ସେନା ପାର୍ଟି ଅଧ୍ୟକ୍ଷ  ପୱନ କଲ୍ୟାଣ ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ସମସ୍ତ ଗ୍ରାମବାସୀଙ୍କୁ ଚପଲ ପଠାଇଛନ୍ତି । ଗାଁର ବୃଦ୍ଧ  ମହିଳାଙ୍କ ସମେତ ଅନେକ ଲୋକଙ୍କୁ ଖାଲି  ପାଦରେ ଚାଲୁଥିବା ଦେଖି ପୱନ ଏପରି କରିଛନ୍ତି । ପୱନ ନିକଟରେ ଦୁଇ ଦିନିଆ  ଅରାକୁ ଓ ଡୁମ୍ବ୍ରିଗୁଡ଼ା କ୍ଷେତ୍ର ଗସ୍ତରେ ଡୁମ୍ବ୍ରିଗୁଡ଼ା  ମଣ୍ଡଳର ପେଡାପଦୁ ଗାଁ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ବୁଝିଥିଲେ । ଗାଁ ଲୋକଙ୍କ ସହ କଥା ହେବା ସମୟରେ  ପୱନ ପାଙ୍ଗୀ ମିଠୁ ନାମ୍ନୀ ଜଣେ ବୟସ୍କ ମହିଳାଙ୍କ ସଂସ୍ପର୍ଶରେ  ଆସିଲେ । ବୃଦ୍ଧାଙ୍କ ପାଦରେ ଜୋତା ନ ଥିଲା । ଗାଁର ଅନେକ  ଲୋକ ମଧ୍ୟ ଖାଲିପାଦରେ ଥିବା ସେ ଲକ୍ଷ୍ୟ କଲେ । ଏହି  ଦୃଶ୍ୟ ତାଙ୍କ ମନକୁ ଆନ୍ଦୋଳିତ କଲା । ସେ ସଙ୍ଗେସଙ୍ଗେ  ଗାଁର ଲୋକସଂଖ୍ୟା ବିଷୟରେ ଜାଣିବାକୁ ଚାହିଁଲେ । ଗାଁରେ   ପ୍ରାୟ ୩୫୦ ଲୋକ ବାସ କରୁଥିବା ଜାଣିବା   ପରେ ସମସ୍ତଙ୍କ ପାଇଁ ଚପଲର ବ୍ୟବସ୍ଥା   କରିବାକୁ ନିଜ କାର୍ଯ୍ୟାଳୟକୁ କହିଲେ ।ଉପ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ  ଚପଲ ଗାଁରେ ପହଞ୍ଚିଲା ଏବଂ ସମସ୍ତ  ଗ୍ରାମବାସୀଙ୍କୁ ବଣ୍ଟାଗଲା । ଏ ନେଇ ଗାଁର  ଜଣେ ବାସିନ୍ଦା କହିଛନ୍ତି, ପୱନ ସାର୍‌ ଆସିଲେ  ଏବଂ ଆମ ସମସ୍ୟାକୁ ବୁଝିଲେ । ଅନ୍ୟ  କୌଣସି ନେତା ଗାଁକୁ ଆସିନଥିଲେ କିମ୍ବା ଆମ ସମସ୍ୟାକୁ  ବୁଝିନଥିଲେ । ଡୁମ

ହୃଦୟ ଜିତିଲେ ପୱନ କଲ୍ୟାଣ , ପୂରା ଗାଁରେ ବାଣ୍ଟିଲେ ଚପଲ

ନୂଆଦିଲ୍ଲୀ ୨୦।୦୪; ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ଜନ ସେନା ପାର୍ଟି ଅଧ୍ୟକ୍ଷ  ପୱନ କଲ୍ୟାଣ ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ସମସ୍ତ ଗ୍ରାମବାସୀଙ୍କୁ ଚପଲ ପଠାଇଛନ୍ତି । ଗାଁର ବୃଦ୍ଧ  ମହିଳାଙ୍କ ସମେତ ଅନେକ ଲୋକଙ୍କୁ ଖାଲି  ପାଦରେ ଚାଲୁଥିବା ଦେଖି ପୱନ ଏପରି କରିଛନ୍ତି । ପୱନ ନିକଟରେ ଦୁଇ ଦିନିଆ  ଅରାକୁ ଓ ଡୁମ୍ବ୍ରିଗୁଡ଼ା କ୍ଷେତ୍ର ଗସ୍ତରେ ଡୁମ୍ବ୍ରିଗୁଡ଼ା  ମଣ୍ଡଳର ପେଡାପଦୁ ଗାଁ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ବୁଝିଥିଲେ । 

ଗାଁ ଲୋକଙ୍କ ସହ କଥା ହେବା ସମୟରେ  ପୱନ ପାଙ୍ଗୀ ମିଠୁ ନାମ୍ନୀ ଜଣେ ବୟସ୍କ ମହିଳାଙ୍କ ସଂସ୍ପର୍ଶରେ  ଆସିଲେ । ବୃଦ୍ଧାଙ୍କ ପାଦରେ ଜୋତା ନ ଥିଲା । ଗାଁର ଅନେକ  ଲୋକ ମଧ୍ୟ ଖାଲିପାଦରେ ଥିବା ସେ ଲକ୍ଷ୍ୟ କଲେ । ଏହି  ଦୃଶ୍ୟ ତାଙ୍କ ମନକୁ ଆନ୍ଦୋଳିତ କଲା । ସେ ସଙ୍ଗେସଙ୍ଗେ  ଗାଁର ଲୋକସଂଖ୍ୟା ବିଷୟରେ ଜାଣିବାକୁ ଚାହିଁଲେ । ଗାଁରେ   ପ୍ରାୟ ୩୫୦ ଲୋକ ବାସ କରୁଥିବା ଜାଣିବା   ପରେ ସମସ୍ତଙ୍କ ପାଇଁ ଚପଲର ବ୍ୟବସ୍ଥା   କରିବାକୁ ନିଜ କାର୍ଯ୍ୟାଳୟକୁ କହିଲେ ।

ଉପ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ  ଚପଲ ଗାଁରେ ପହଞ୍ଚିଲା ଏବଂ ସମସ୍ତ  ଗ୍ରାମବାସୀଙ୍କୁ ବଣ୍ଟାଗଲା । ଏ ନେଇ ଗାଁର  ଜଣେ ବାସିନ୍ଦା କହିଛନ୍ତି, ପୱନ ସାର୍‌ ଆସିଲେ  ଏବଂ ଆମ ସମସ୍ୟାକୁ ବୁଝିଲେ । ଅନ୍ୟ  କୌଣସି ନେତା ଗାଁକୁ ଆସିନଥିଲେ କିମ୍ବା ଆମ ସମସ୍ୟାକୁ  ବୁଝିନଥିଲେ । ଡୁମ୍ବ୍ରିଗୁଡ଼ା ମଣ୍ଡଳ ଗସ୍ତ ପାଇଁ ପୱନଙ୍କୁ  ଗ୍ରାମବାସୀ ଧନ୍ୟବାଦ ଦେଇଛନ୍ତି ।