ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ

କୋଚି,୨୦ା୧୨:କେରଳର କୋଚି ଅନ୍ତର୍ଗତ ବେନ୍ନାଲାରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଏବଂ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମାଆଙ୍କୁ ନିଜ ଘର ଅଗଣାରେ ପୋତିଦେବା ଘଟଣାକୁ ନେଇ ପଡୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଦୀପ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ଥିଲେ। ସେ ଅନ୍ୟମାନଙ୍କୁ ହଇରାଣ କରୁଥିଲେ। ପଡୋଶୀଙ୍କଠାରୁ ସୂଚନା ପାଇ ପୋଲିସ ଗୁରୁବାର ଅଭିଯୁକ୍ତ ପ୍ରତୀପ (୫୦)ଙ୍କୁ ଗିରଫ କରିଛି। ମୃତକ ଜଣକ ବେନ୍ନାଲା ସାଉଥ୍‌ର ୭୮ ବର୍ଷୀୟ ଅଲ୍ଲି କେ.ଏ. ବୋଲି ଜଣାପଡ଼ିଛି। ପୋଲିସ […] The post ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ appeared first on Dharitri Odia News.

ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ

କୋଚି,୨୦ା୧୨:କେରଳର କୋଚି ଅନ୍ତର୍ଗତ ବେନ୍ନାଲାରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଏବଂ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମାଆଙ୍କୁ ନିଜ ଘର ଅଗଣାରେ ପୋତିଦେବା ଘଟଣାକୁ ନେଇ ପଡୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଦୀପ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ଥିଲେ। ସେ ଅନ୍ୟମାନଙ୍କୁ ହଇରାଣ କରୁଥିଲେ। ପଡୋଶୀଙ୍କଠାରୁ ସୂଚନା ପାଇ ପୋଲିସ ଗୁରୁବାର ଅଭିଯୁକ୍ତ ପ୍ରତୀପ (୫୦)ଙ୍କୁ ଗିରଫ କରିଛି। ମୃତକ ଜଣକ ବେନ୍ନାଲା ସାଉଥ୍‌ର ୭୮ ବର୍ଷୀୟ ଅଲ୍ଲି କେ.ଏ. ବୋଲି ଜଣାପଡ଼ିଛି। ପୋଲିସ ମାଟି ଖୋଳି ମୃତଦେହ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

The post ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ appeared first on Dharitri Odia News.