ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ
ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।
ଭିତରକନିକାର ହବାଳିଖଟି ନେଚର୍ କ୍ୟାଂପ୍ ପାଖରେ ସ୍ଥଳଭାଗ ଛୁଇଁବା ସ୍ଥାନରେ ହିଁ ବାତ୍ୟା ‘ଦାନା’କୁ ଦୁର୍ବଳ କରିଦେଲା ଘଂଚ ହେନ୍ତାଳ ବଣ । ପବନର ବେଗକୁ ତତ୍କାଳ ୨୦ରୁ ୩୦ କିଲୋମିଟର କମାଇଦେଲା । ଜୁଆରକୁ ମାତ୍ ଦେଲା । ଆଉ ରାଜନଗର ଓ ଆଖପାଖ ଅଂଚଳବାସୀଙ୍କ ପାଇଁ କବଚ ଭଳି ଯୋଗାଇଥିଲା ସୁରକ୍ଷା । ଖାଲି ଭିତରକନିକାର ହବାଳିଖଟି ନୁହେଁ, ବଗପାଟିଆ ଓ ପାରାଦୀପ ମଧ୍ୟରେ ଥିବା ହେନ୍ତାଳ ବଣ ସେଠାକାର ଲୋକଙ୍କ ପାଇଁ ଆଣିଥିଲା ବଡ଼ ଆଶ୍ବସ୍ତି ।