‘ହେରା ଫେରି ୩’ ପାଇଁ ପରେଶ ରାୱଲଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର
ମୁମ୍ୱାଇ: ‘ହେରା ଫେରି ୩’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମର ଦୁଇଟି ଭାଗ ବହୁତ ସଫଳ ହୋଇଛି ଏବଂ ‘ହେରା ଫେରି ୩’ରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀଙ୍କ ତ୍ରିମୂର୍ତ୍ତିଙ୍କୁ ପୁଣିଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଥିଲା କିନ୍ତୁ ପରେଶ ରାୱଲ ଫିଲ୍ମଟି ମଝିରେ ଛାଡି ଦେଇଥିଲେ। ଏହି ସମୟରେ, ଅକ୍ଷୟ କୁମାର ଫିଲ୍ମକୁ କ୍ଷତି ପହଞ୍ଚିଥିବା […] The post ‘ହେରା ଫେରି ୩’ ପାଇଁ ପରେଶ ରାୱଲଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର appeared first on Odisha.News.
ମୁମ୍ୱାଇ: ‘ହେରା ଫେରି ୩’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମର ଦୁଇଟି ଭାଗ ବହୁତ ସଫଳ ହୋଇଛି ଏବଂ ‘ହେରା ଫେରି ୩’ରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀଙ୍କ ତ୍ରିମୂର୍ତ୍ତିଙ୍କୁ ପୁଣିଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ।
ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଥିଲା କିନ୍ତୁ ପରେଶ ରାୱଲ ଫିଲ୍ମଟି ମଝିରେ ଛାଡି ଦେଇଥିଲେ। ଏହି ସମୟରେ, ଅକ୍ଷୟ କୁମାର ଫିଲ୍ମକୁ କ୍ଷତି ପହଞ୍ଚିଥିବା ଦର୍ଶାଇ ବରିଷ୍ଠ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଏବଂ ଏକ ଆଇନଗତ ନୋଟିସ୍ ମଧ୍ୟ ପଠାଇଥିବା ଜଣାପଡ଼ିଛି। ଅକ୍ଷୟ ତାଙ୍କ ପ୍ରଡକ୍ସନ ହାଉସ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ମାଧ୍ୟମରେ ପରେଶ ରାୱଲଙ୍କୁ ଏକ ଆଇନଗତ ନୋଟିସ ପଠାଇ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଅକ୍ଷୟ ପରେଶଙ୍କ ଏଭଳି ବ୍ୟବହାରକୁ ଅଣ ପ୍ରଫେସନାଲ ବୋଲି କହିଛନ୍ତି। ପ୍ରକୃତରେ ଏହି ବରିଷ୍ଠ ଅଭିନେତା ଫିଲ୍ମ ପାଇଁ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଥିଲେ। ସେ ପୂର୍ବରୁ ଫି ମଧ୍ୟ ନେଇଥିଲେ। ସେ ଅକ୍ଷୟ ଏବଂ ସୁନୀଲ ଶେଟ୍ଟୀଙ୍କ ସହ ହେରା ଫେରି ୩ର ସୁଟିଂ ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେ ଫିଲ୍ମଟିକୁ ମଝିରେ ଛାଡି ଦେଇଥିଲେ, ଯାହା ଫଳରେ ପ୍ରଡକ୍ସନ ହାଉସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।
The post ‘ହେରା ଫେରି ୩’ ପାଇଁ ପରେଶ ରାୱଲଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର appeared first on Odisha.News.