ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କ ମଧ୍ୟରେ ଶନିବାର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧର ସମସ୍ତ ରୀତିନୀତି ସରିବା ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପରକୁ ହେଲ୍‌ମେଟ୍‌ ପିନ୍ଧାଇ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ। ଉଭୟ […] The post ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ appeared first on Dharitri Odia News.

ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କ ମଧ୍ୟରେ ଶନିବାର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧର ସମସ୍ତ ରୀତିନୀତି ସରିବା ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପରକୁ ହେଲ୍‌ମେଟ୍‌ ପିନ୍ଧାଇ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ। ଉଭୟ କନ୍ୟା ଏବଂ ବର ପରସ୍ପରକୁ ହେଲମେଟ ପିନ୍ଧାଉଥିବା ଦେଖି ନିର୍ବନ୍ଧରେ ଯୋଗଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ବୀରେନ୍ଦ୍ର କହିଛନ୍ତି, ୨୦୨୨ରେ ତାଙ୍କ ବାପା ପଞ୍ଚରମ ସାହୁଙ୍କର ଏକ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହେଲ୍‌ମେଟ ପିନ୍ଧି ନ ଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଯାଇପାରି ନ ଥିଲା। ସେବେଠାରୁ ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ହେଲ୍‌ମେଟ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲେ।

The post ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ appeared first on Dharitri Odia News.