ହୋଇଗଲା ଫାଇନାଲ: ଏହି ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ,! ଶିନ୍ଦେଙ୍କୁ ମିଳିବ…
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଜୟ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ରହିଛି। ଏ ପର୍ଯ୍ୟନ୍ତ ନୂତନ ସିଏମ୍ଙ୍କ ନାଁ ଘୋଷଣା ହୋଇନାହିଁ। ସେପଟେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କଠାରୁ ଏକ ବଡ଼ ବୟାନ ଆସିଛି। ସେ କହିଛନ୍ତି ଯେ ଏକନାଥ ଶିନ୍ଦେଙ୍କୁ କେନ୍ଦ୍ରକୁ ଅଣାଯିବା ଉଚିତ୍। ଏକନାଥ ଶିନ୍ଦେ ମଙ୍ଗଳବାର ଦେବେନ୍ଦ୍ର ଫଡନ୍ଭିସ୍ ଏବଂ ଅଜିତ ପାୱାରଙ୍କ ଉପସ୍ଥିତିରେ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ରାମଦାସ ଅଠୱାଲେ ପରାମର୍ଶ ଦେଇଛନ୍ତି […] The post ହୋଇଗଲା ଫାଇନାଲ: ଏହି ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ,! ଶିନ୍ଦେଙ୍କୁ ମିଳିବ… appeared first on Dharitri Odia News.
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଜୟ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ରହିଛି। ଏ ପର୍ଯ୍ୟନ୍ତ ନୂତନ ସିଏମ୍ଙ୍କ ନାଁ ଘୋଷଣା ହୋଇନାହିଁ। ସେପଟେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କଠାରୁ ଏକ ବଡ଼ ବୟାନ ଆସିଛି। ସେ କହିଛନ୍ତି ଯେ ଏକନାଥ ଶିନ୍ଦେଙ୍କୁ କେନ୍ଦ୍ରକୁ ଅଣାଯିବା ଉଚିତ୍। ଏକନାଥ ଶିନ୍ଦେ ମଙ୍ଗଳବାର ଦେବେନ୍ଦ୍ର ଫଡନ୍ଭିସ୍ ଏବଂ ଅଜିତ ପାୱାରଙ୍କ ଉପସ୍ଥିତିରେ ସିଏମ ପଦରୁ ଇସ୍ତଫା ଦେଇଛନ୍ତି।
ରାମଦାସ ଅଠୱାଲେ ପରାମର୍ଶ ଦେଇଛନ୍ତି ଯେ, ଏକନାଥ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିପାରିବେ କିମ୍ବା ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ସେ କହିଛନ୍ତି, ମହାରାଷ୍ଟ୍ରରେ ସିଏମ ପଦବୀ ଉପରେ ଚାଲିଥିବା ସସପେନ୍ସ ଶୀଘ୍ର ଶେଷ ହେବ। ଦେବେନ୍ଦ୍ର ଫଡନ୍ଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଭାଜପା ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ତେବେ ଏକନାଥ ଶିନ୍ଦେ ଏହି ନିଷ୍ପତ୍ତିରେ ଖୁସି ନୁହଁନ୍ତି ଏବଂ ତାଙ୍କ କ୍ରୋଧର ସମାଧାନ କରାଯିବା ଉଚିତ୍।
The post ହୋଇଗଲା ଫାଇନାଲ: ଏହି ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ,! ଶିନ୍ଦେଙ୍କୁ ମିଳିବ… appeared first on Dharitri Odia News.