ହୋଟେଲ କାରିଗରଙ୍କ ଅସ୍ଵାଭାବିକ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଇନ୍ଦିରା ଗାନ୍ଧୀ ଛକ ନିକଟରେ ଥିବା ବରଦେବୀ ହୋଟେଲରେ କାର୍ଯ୍ୟରତ ଜଣେ କାରିଗରଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ଜଣକ ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ଥାନା କୁଲୁରକୁମ୍ପା ତଳବିଦା ଗାଁର ସୁଶାନ୍ତ କହଁର ବୋଲି ଜଣାପଡିଥିବା ବେଳେ ସେ ବରାଳ ଦେବି ହୋଟେଲରେ ଦୀର୍ଘ ପନ୍ଦର ବର୍ଷ ଧରି ମୁଖ୍ୟ କାରିଗର ଭାବରେ କାର୍ଯ୍ୟ କରିଆସୁଥିଲେ। ସୂଚନା ଅନୁସାରେ ମୃତକ ଜଣକ […]

ହୋଟେଲ କାରିଗରଙ୍କ ଅସ୍ଵାଭାବିକ ମୃତ୍ୟୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଇନ୍ଦିରା ଗାନ୍ଧୀ ଛକ ନିକଟରେ ଥିବା ବରଦେବୀ ହୋଟେଲରେ କାର୍ଯ୍ୟରତ ଜଣେ କାରିଗରଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ଜଣକ ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ଥାନା କୁଲୁରକୁମ୍ପା ତଳବିଦା ଗାଁର ସୁଶାନ୍ତ କହଁର ବୋଲି ଜଣାପଡିଥିବା ବେଳେ ସେ ବରାଳ ଦେବି ହୋଟେଲରେ ଦୀର୍ଘ ପନ୍ଦର ବର୍ଷ ଧରି ମୁଖ୍ୟ କାରିଗର ଭାବରେ କାର୍ଯ୍ୟ କରିଆସୁଥିଲେ। ସୂଚନା ଅନୁସାରେ ମୃତକ ଜଣକ ରବିବାର ହୋଟେଲର ସମସ୍ତ କମ ସାରି ତାଙ୍କ ସହଯୋଗୀ ମାନଙ୍କ ସହ ହୋଟେଲରେ ସୋଇଥିଲେ କିନ୍ତୁ ସକାଳୁ ସମସ୍ତେ ଠିକ ସମୟରେ ଉଠିଥିବା ବେଳେ ସେ ଶୋଇ ରହିଥିଲେ। ତାଙ୍କୁ ତାଙ୍କର ସହଯୋଗୀ ମାନେ ଉଠାଇ ଥିଲେ ମଧ୍ୟ୍ୟ ଉଠିନଥିଲେ। ପରେ ହଟେଲ ମାଲିକ ବାଳକୃଷ୍ଣ ଜୁଣ୍ଡି ହୋଟେଲରେ କାମ କରୁଥିବା ଅନ୍ୟ କର୍ମଚାରୀ ମାନଙ୍କ ସହାୟତାରେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ତାଙ୍କର ସାନ ଭାଇ ସୁକାନ୍ତ କହଁର ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେବାପରେ ପୋଲିସ ମେଡିକାଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।