ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସେଠାର ଏକ ଡାକ୍ତରଖାନା ଲିଆମଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ୩୧ ବର୍ଷୀୟ ଲିଆମ୍‌ ଜାଣିଶୁଣି ଭାବେ ବାଲକୋନିରୁ ଖସି ପଡ଼ିଛନ୍ତି ନା ଏହା ଏକ ଦୁର୍ଘଟଣା ସେନେଇ କୌଣସି ଠୋସ୍‌ […] The post ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ ! appeared first on Dharitri Odia News.

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସେଠାର ଏକ ଡାକ୍ତରଖାନା ଲିଆମଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ୩୧ ବର୍ଷୀୟ ଲିଆମ୍‌ ଜାଣିଶୁଣି ଭାବେ ବାଲକୋନିରୁ ଖସି ପଡ଼ିଛନ୍ତି ନା ଏହା ଏକ ଦୁର୍ଘଟଣା ସେନେଇ କୌଣସି ଠୋସ୍‌ ସୂଚନା ମିଳିପାରି ନାହିଁ।

ପୋଲିସ କହିଛି ଯେ, ଗାୟକ ତାଙ୍କ ହୋଟେଲ ରୁମ୍‌, କାସାସୁର ପାଲେରମୋ ହୋଟେଲର ତୃତୀୟ ମହଲାରୁ ଖସି ପଡ଼ିଥିଲେ। ଏହାପରେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକ କହିଛନ୍ତି ଯେ ଗାୟକ ତାଙ୍କ ହୋଟେଲ୍‌ ବାଲକୋନୀରେ ଅଜବ କାମ କରୁଥିବା ନଜର ଆସିଥିଲେ। ସେ ନିଜ ଲାପଟପ ଭାଙ୍ଗି ହୋଟେଲ ରୁମ୍‌ରେ ରଖିଥିଲେ। ଘଟଣା ପରେ ଲୋକମାନେ ହୋଟେଲ ନିକଟରେ ଜମା ହୋଇଥିଲେ, ଲିଆମଙ୍କ ଭିଡିଓ କରିବାକୁ ଲାଗିଥିଲେ।

ଲିଆମ ତାଙ୍କ ପୂର୍ବ ବ୍ୟାଣ୍ଡମେଟ୍‌ ନିଅଲ୍‌ ହୋରାନଙ୍କ କନ୍‌ସର୍ଟ ଲାଗି ଆର୍ଜେଣ୍ଟିନାରେ ଥିଲେ। ସେ ବହୁତ କମ୍‌ ବୟସରେ ‘ଓ୍ବାନ୍‌ ଡାଇରେକ୍ସନ’ରେ ଯୋଗ ଦେଇଥିଲେ। ଏହାପରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ହେଲେ ଏହି ସମୟରେ ସେ ମଦ ନିଶା କବଳିତ ହୋଇଥିଲେ। ଏନେଇ ୨୦୨୧ରେ ସେ ଖୁଲାସା କରିଥିଲେ। ନିଶା ଯୋଗୁ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ଏମିତିକି ପୂର୍ବତନ ପ୍ରେମିକାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିବାକୁ ନେଇ ଖବରକୁ ଆସିଥିଲେ।

The post ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ ! appeared first on Dharitri Odia News.