ହୋଟେଲ, ହସ୍ପିଟାଲ ଓ IVF କ୍ଲିନିକ୍ ଉପରେ CBDTଙ୍କ ନଜର, ଆୟକର ବିଭାଗର ସନ୍ଦେହ ବଡ ନେଣଦେଣର ହେଉନି ରିପୋର୍ଟ
ନୂଆଦିଲ୍ଲୀ : ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ଙ୍କ ନଜର ଏବେ ହୋଟେଲ, ହସ୍ପିଟାଲ ଓ ଆଇଭିଏଫ କ୍ଲିନିକ ଉପରେ ପଡିଛି। ଏଥିଲାଗି ଆୟକର ବିଭାଗଙ୍କୁ ହୋଟେଲ, ଲଗଜରୀ ବ୍ରାଣ୍ଡର ବିକ୍ରି, ହସ୍ପିଟାଲ ଓ ଆଇଭିଏଫ କ୍ଲିନିକ୍ ଭଳି କ୍ଷେତ୍ରରେ ବଡ଼ଧରଣର ନଗଦ ନେଣଦେଣର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚ ଅଯଥା ହସ୍ତକ୍ଷେପ ବିନା କରିବା ପାଇଁ ସିବିଡିଟି କହିଛନ୍ତି। ସିବିଡିଟିଙ୍କ ସନ୍ଦେହ ବଡ଼ ନେଣଦେଣର ରିପୋର୍ଟିଂ ହେଉ ନାହିଁ, ଏଣୁ ଟ୍ୟାକ୍ସ ଚୋରି ହେଉଛି। ରିପୋର୍ଟ ଅନୁସାରେ ସିବିଡିଟି ଆୟକର ବିଭାଗଙ୍କୁ ବକେୟା ଡିମାଣ୍ଡର ଅସୁଲି ଲାଗି ପ୍ରୟାସ କରିବାକୁ ମଧ୍ୟ କହିଛନ୍ତି, ଯେଉଁଥିରେ ଗତ ବର୍ଷରୁ ବୃଦ୍ଧି ଦେଖାଯାଉଛି। ଏ ନେଇ ବୋର୍ଡ ନିକଟରେ ସେଣ୍ଟ୍ରାଲ ଆକ୍ସନ ପ୍ଲାନ (ସିଏପି) ୨୦୨୪-୨୫ ଜାରି କରିଛନ୍ତି। ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଫାଇନାନ୍ସିଆଲ ଇନିଷ୍ଟେଚ୍ୟୁସନକୁ ୨ଲକ୍ଷ ଟଙ୍କାରୁ ଅଧିକ ନେଣଦେଣକୁ ଆର୍ଥିକ ନେଣଦେଣ ବିବରଣୀରେ ଦେବାର ଆବଶ୍ୟକତା ଥିଲା, ହେଲେ ଏହା ହେଉ ନାହିଁ। ଏ ନେଇ ବୋର୍ଡ ଆୟକର ବିଭାଗଙ୍କୁ କହିଛନ୍ତି ଯେ ଏପରି ରିପୋର୍ଟ ଯାଞ୍ଚରୁ ଜଣାପଡିଛି ଯେ ଏହି ପ୍ରାବଧାନର ବ୍ୟାପକ ଉଲ୍ଲଂଘନ କରାଯାଉଛି। ଏଥିରେ କୁହାଯାଇଛି ଯେ ଉଚ୍ଚ ମୂଲ୍ୟର ଉପଭୋଗ ବ୍ୟୟ କରୁଥିବା କରଦାତାଙ୍କ ସୂଚନା ସହିତ ସତ୍ୟାପିତ କରିବାର ଆବଶ୍ୟକତା ରହିଛି। ବିଭାଗ ଏ ନେଇ ହୋଟେଲ, ବାଙ୍କ୍ୱେଟ ହଲ, ଲଗଜରୀ ବ୍ରାଣ୍
ନୂଆଦିଲ୍ଲୀ : ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ଙ୍କ ନଜର ଏବେ ହୋଟେଲ, ହସ୍ପିଟାଲ ଓ ଆଇଭିଏଫ କ୍ଲିନିକ ଉପରେ ପଡିଛି। ଏଥିଲାଗି ଆୟକର ବିଭାଗଙ୍କୁ ହୋଟେଲ, ଲଗଜରୀ ବ୍ରାଣ୍ଡର ବିକ୍ରି, ହସ୍ପିଟାଲ ଓ ଆଇଭିଏଫ କ୍ଲିନିକ୍ ଭଳି କ୍ଷେତ୍ରରେ ବଡ଼ଧରଣର ନଗଦ ନେଣଦେଣର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚ ଅଯଥା ହସ୍ତକ୍ଷେପ ବିନା କରିବା ପାଇଁ ସିବିଡିଟି କହିଛନ୍ତି। ସିବିଡିଟିଙ୍କ ସନ୍ଦେହ ବଡ଼ ନେଣଦେଣର ରିପୋର୍ଟିଂ ହେଉ ନାହିଁ, ଏଣୁ ଟ୍ୟାକ୍ସ ଚୋରି ହେଉଛି।
ରିପୋର୍ଟ ଅନୁସାରେ ସିବିଡିଟି ଆୟକର ବିଭାଗଙ୍କୁ ବକେୟା ଡିମାଣ୍ଡର ଅସୁଲି ଲାଗି ପ୍ରୟାସ କରିବାକୁ ମଧ୍ୟ କହିଛନ୍ତି, ଯେଉଁଥିରେ ଗତ ବର୍ଷରୁ ବୃଦ୍ଧି ଦେଖାଯାଉଛି। ଏ ନେଇ ବୋର୍ଡ ନିକଟରେ ସେଣ୍ଟ୍ରାଲ ଆକ୍ସନ ପ୍ଲାନ (ସିଏପି) ୨୦୨୪-୨୫ ଜାରି କରିଛନ୍ତି। ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଫାଇନାନ୍ସିଆଲ ଇନିଷ୍ଟେଚ୍ୟୁସନକୁ ୨ଲକ୍ଷ ଟଙ୍କାରୁ ଅଧିକ ନେଣଦେଣକୁ ଆର୍ଥିକ ନେଣଦେଣ ବିବରଣୀରେ ଦେବାର ଆବଶ୍ୟକତା ଥିଲା, ହେଲେ ଏହା ହେଉ ନାହିଁ। ଏ ନେଇ ବୋର୍ଡ ଆୟକର ବିଭାଗଙ୍କୁ କହିଛନ୍ତି ଯେ ଏପରି ରିପୋର୍ଟ ଯାଞ୍ଚରୁ ଜଣାପଡିଛି ଯେ ଏହି ପ୍ରାବଧାନର ବ୍ୟାପକ ଉଲ୍ଲଂଘନ କରାଯାଉଛି।
ଏଥିରେ କୁହାଯାଇଛି ଯେ ଉଚ୍ଚ ମୂଲ୍ୟର ଉପଭୋଗ ବ୍ୟୟ କରୁଥିବା କରଦାତାଙ୍କ ସୂଚନା ସହିତ ସତ୍ୟାପିତ କରିବାର ଆବଶ୍ୟକତା ରହିଛି। ବିଭାଗ ଏ ନେଇ ହୋଟେଲ, ବାଙ୍କ୍ୱେଟ ହଲ, ଲଗଜରୀ ବ୍ରାଣ୍ଡର ଖୁଚୁରା ବିକ୍ରେତା, ଆଇଭିଏଫ କ୍ଲିନିକ୍, ହସ୍ପିଟାଲ, ଡିଜାଇନର ବସ୍ତ୍ର ଦୋକାନ ଓ ଏନଆରଇ କୋଟାର ମେଡିକାଲ କଲେଜ ସିଟ୍କୁ ଚିହ୍ନଟ କରିଛନ୍ତି, ଯେଉଁଠି ଏହି ନିୟମର ପାଳନ ହେଉ ନାହିଁ ଓ ମୋଟା ଧରଣର ନଗଦ କାରବାର ହେଉଛି।