ହୋଟେଲରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳି; ବଢିଲା ଚର୍ଚ୍ଚା...!
ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା । ଭୁବନେଶ୍ବରର ଏକ ହୋଟେଲରେ ୭ ଜଣ ପରାଜିତ ପ୍ରାର୍ଥୀ ବୈଠକ କରିଛନ୍ତି ।
ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳି । ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା । ଭୁବନେଶ୍ବରର ଏକ ହୋଟେଲରେ ୭ ଜଣ ପରାଜିତ ପ୍ରାର୍ଥୀ ବୈଠକ କରିଛନ୍ତି ।
ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାରାଦୀପ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।
ବୈଠକ ସମୟର ଏକ୍ସକ୍ଲୁସିଭ୍ ଫଟୋ ଲାଗିଛି ଓଟିଭି ହାତରେ। ବୈଠକ ସମ୍ପର୍କରେ ଯଦିଓ କେହି ପ୍ରତିକ୍ରିୟା ଦେଇନାହାଁନ୍ତି କିନ୍ତୁ ଦଳୀୟ ବ୍ୟବସ୍ଥାକୁ ନେଇ ପୂର୍ବତନ ବିଧାୟକମାନେ ଅସନ୍ତୁଷ୍ଟ ଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ ବିଜେଡି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳି । ଏକ ହୋଟେଲରେ ବିଜେଡିର ୭ ପରାଜିତ ପ୍ରାର୍ଥୀଙ୍କ ବୈଠକ #BJD #OdishaPolitics pic.twitter.com/5VrB0XCnzY — ଓଟିଭି (@otvkhabar) October 21, 2024