ହୋଣ୍ଡା ଆମେଜ୍ର ପ୍ରତିକୃତି ଅନାବରଣ
ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ ଅନ୍ତଃ ଭାଗର ପ୍ରତିକୃତିି (ଏକ୍ସଟେରିଅର ଆଣ୍ଡ ଇଣ୍ଟେରିଅର ସ୍କେଚ୍)କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଯାଇଛି। ଏପରିକି ହୋଣ୍ଡାର ଅଲ୍ ନ୍ୟୁ ଥାର୍ଡ ଜେନେରେଶନ ଆମେଜ୍ (୩ୟ ପିଢ଼ିର ଯାନ ଆମେଜ୍)କୁ ଆକର୍ଷଣୀୟ ଭାବେ ଡିଜାଇନ ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ଫିଚରକୁ ଉକ୍ତ ମଡେଲରେ ସାମିଲ କରାଇଛି। ସେହିଭଳି ଅଟୋଶିଳ୍ପରେ […] The post ହୋଣ୍ଡା ଆମେଜ୍ର ପ୍ରତିକୃତି ଅନାବରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ ଅନ୍ତଃ ଭାଗର ପ୍ରତିକୃତିି (ଏକ୍ସଟେରିଅର ଆଣ୍ଡ ଇଣ୍ଟେରିଅର ସ୍କେଚ୍)କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଯାଇଛି। ଏପରିକି ହୋଣ୍ଡାର ଅଲ୍ ନ୍ୟୁ ଥାର୍ଡ ଜେନେରେଶନ ଆମେଜ୍ (୩ୟ ପିଢ଼ିର ଯାନ ଆମେଜ୍)କୁ ଆକର୍ଷଣୀୟ ଭାବେ ଡିଜାଇନ ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ଫିଚରକୁ ଉକ୍ତ ମଡେଲରେ ସାମିଲ କରାଇଛି। ସେହିଭଳି ଅଟୋଶିଳ୍ପରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ବ୍ରାଣ୍ଡ୍ ଉଭୟ ଟୋକ୍ନୋଲୋଜି ଓ ଡିଜାଇନକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଏପରିକି ଏହି ନୂତନ ମଡେଲ ବ୍ରାଣ୍ଡ୍ର ସେଡାନ୍ ମଡେଲ ଭଳି ଦେଖାଦେଉଥିବାବେଳେ ଉଭୟ ସାଇଜ ଓ ପରିଦୃଶ୍ୟ ଏକ ଉଚ୍ଚାଭିଳାଷୀ କାର୍ ଭଳି ଅନୁଭବ କରାଉଛି। ସେହିପରି ଅଲ୍ ନ୍ୟୁ ଆମେଜ୍ର ଶକ୍ତି, କ୍ଷମତା ଓ ଡିଜାଇନ ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟକରିବ ବୋଲି ଆଶା କରାଯାଉଛି। ଏପରିକି ଏହି ମଡେଲକୁ ଥାଇଲାଣ୍ଡସ୍ଥିତ ହୋଣ୍ଡାର ଆର୍ ଆଣ୍ଡ ଡି ଏସିଆ ପ୍ୟାସିଫିକ୍ ସେଣ୍ଟର ପକ୍ଷରୁ ଡିଜାଇନ କରାଯାଉଥିବାବେଳେ ଭାରତୀୟ ରାସ୍ତା ଓ ବଜାରର ଆବଶ୍ୟକତାକୁ ଭଲ ଭାବେ ନିରୀକ୍ଷଣ କଲା ପରେ ବ୍ରାଣ୍ଡ୍ ଏହାକୁ ଡିଜାଇନ ସହ ନିର୍ମାଣ କରୁଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
The post ହୋଣ୍ଡା ଆମେଜ୍ର ପ୍ରତିକୃତି ଅନାବରଣ appeared first on Dharitri Odia News.