ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର…
ଗଜପତି,୨୯।୫(ଗିରିଧାରୀ ପରିଚ୍ଛା): ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ। ସୂଚନାନୁଯାୟୀ, ଗୁରୁବାର ସକାଳେ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ […] The post ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର… appeared first on Dharitri Odia News.
ଗଜପତି,୨୯।୫(ଗିରିଧାରୀ ପରିଚ୍ଛା): ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ।
ସୂଚନାନୁଯାୟୀ, ଗୁରୁବାର ସକାଳେ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ଦୈାଡିବା ସମୟରେ ପ୍ରାର୍ଥୀମାନେ ହଠାତ ତଳେ ପଡ଼ି ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗର ର ବାଳକୃଷ୍ଣ ଲିମ୍ମା, ନାରାୟଣପୁରର ଦୀପକ ପାଡାଲ, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ର। ଅନ୍ୟ ୨ଜଣ ଆହତଙ୍କ ପରିଚୟ ମିଳି ପାରିନାହିଁ।
The post ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର… appeared first on Dharitri Odia News.