ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ଘଟଣାରେ ୨ ଗିରଫ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମରେ ଗତ ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ଦୋଳ ଉତ୍ସବ ଓ ସୋମବାର ହୋଲି ପାଳନ ହୋଇଥିଲା। ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଦୁର୍ବୃତ୍ତ ଆଠଗଡ଼ ମୁଣ୍ଡଳୀ ରାସ୍ତାର ସହର ନିକଟବର୍ତ୍ତୀ କଇଥ ଛକଠାରେ ଥିବା ସୁରେଶ ସାହୁଙ୍କ ମିଠା ଦୋକାନରେ ପଶି ଭଙ୍ଗାରୁଜା କରିବା ସହିତ ସିସିଟିଭି ଭାଙ୍ଗିଥିଲେ। ଏ ସମ୍ପର୍କରେ ଆଠଗଡ଼ ଥାନାରେ ଦୁଇଟି ପୃଥକ୍ ଏତଲା […]

ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ଘଟଣାରେ ୨ ଗିରଫ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମରେ ଗତ ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ଦୋଳ ଉତ୍ସବ ଓ ସୋମବାର ହୋଲି ପାଳନ ହୋଇଥିଲା। ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଦୁର୍ବୃତ୍ତ ଆଠଗଡ଼ ମୁଣ୍ଡଳୀ ରାସ୍ତାର ସହର ନିକଟବର୍ତ୍ତୀ କଇଥ ଛକଠାରେ ଥିବା ସୁରେଶ ସାହୁଙ୍କ ମିଠା ଦୋକାନରେ ପଶି ଭଙ୍ଗାରୁଜା କରିବା ସହିତ ସିସିଟିଭି ଭାଙ୍ଗିଥିଲେ। ଏ ସମ୍ପର୍କରେ ଆଠଗଡ଼ ଥାନାରେ ଦୁଇଟି ପୃଥକ୍ ଏତଲା ହୋଇଥିଲା। ସୁମା ସାହୁଙ୍କ ଅଭିଯୋଗକୁ ଆଧାର କରି ଗୋଟିଏ ଏବଂ ଅନ୍ୟଟି ସୁରେଶ ସାହୁଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି (ସୋମବାର) ଉକ୍ତ ଘଟଣାରେ ଉଭୟ ପକ୍ଷରୁ ପ୍ରଶାନ୍ତ ସାହୁ ଓ ସିଲୁ ବିଶ୍ବାଳ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଉପନିରୀକ୍ଷକ ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି।