ହୋଲି ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍‌ ସିରପ୍‌, ୨୬ ଗିରଫ

ପୁଲିସ୍‌ ଏହି ମାମଲାରେ ୨୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନେକଙ୍କ ନାଁରେ ବହୁ ମାମଲା ରହିଛି। ଯେମିତି ସୁଶାନ୍ତ ନାଗଙ୍କ ନାଁରେ ବରଗଡ଼ ଟାଉନ୍‌ ଥାନାର ୪ଟି ମାମଲା ରହିଛି।

ହୋଲି ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍‌ ସିରପ୍‌, ୨୬ ଗିରଫ

ହୋଲି ଓ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍‌ ସିରପ୍‌। ହେଲେ ଦୁର୍ଭାଗ୍ୟକୁ ସମ୍ୱଲପୁର ପୁଲିସ୍‌ ହାତରେ ଧରାପଡ଼ି ଗଲେ। ପୁଲିସ୍‌ ୧୦ ହଜାର ୮୦୦ଟି କଫ୍‌ ସିରପ୍‌ ଜବତ କରିବା ସହିତ ୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି Mukesh Kumar Bhamoo।

ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ଗୋଟିଏ ଟ୍ରକ୍‌ରେ କଫ୍‌ ସିରପ୍‌ ବୋଝେଇ ହୋଇ ଓଡ଼ିଶା ଆସୁଥିଲା। ଏହି କଫ ସିରପ୍‌ ସମ୍ୱଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାକୁ ଯାଇଥାଆନ୍ତା। ହୋଲି ଓ ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଫ୍‌ ସିରପ୍‌ ମାଫିଆମାନେ ଆଣୁଥିଲେ। ହେଲେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ସମ୍ୱଲପୁର ପୁଲିସ୍‌ ହାତରେ ଧରିପଡ଼ିଯାଇ କଫ୍‌ ସିରପ୍‌। ସଦର ଥାନା ପୁଲିସ୍‌ ୪୫ କେଟି କଫ୍‌ ସିରପ ପେଟି ଜବତ କରିଛି। ଯେଉଁଥିରେ ୧୦ ହଜାର ୮ଶହ କଫ୍‌ ସିରପ୍‌ ରହିଛି। ଏଥିସହ ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ ଅଟୋ ରିକ୍ସା, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ୍‌, ୧୨ଟି ମୋବାଇଲ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି।

ପୁଲିସ୍‌ ଏହି ମାମଲାରେ ୨୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନେକଙ୍କ ନାଁରେ ବହୁ ମାମଲା ରହିଛି। ଯେମିତି ସୁଶାନ୍ତ ନାଗଙ୍କ ନାଁରେ ବରଗଡ଼ ଟାଉନ୍‌ ଥାନାର ୪ଟି ମାମଲା ରହିଛି। ସେହିପରି ମନୀଷ ସାହୁ, ସୁମନ ରଣବିରା, ଶ୍ୟାମ ତାଣ୍ଡି, ସନ୍ତକିର୍ତ୍ତନ ମୁଣ୍ଡା, ଅବଦୁଲ କାଦିର ପ୍ରମୁଖଙ୍କ ନାଁରେ ବହୁ ମାମଲା ରହିଥିବା ଜଣାପଡ଼ିଛି। ଏମାନେ ପୂର୍ବରୁ କଫ୍‌ ସିରପ ଚୋରା ଚାଲାଣ ମାମଲା ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ବେଲ୍‌ରେ ଆସି ସେହି କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି ବୋଲି ସମ୍ୱଲପୁର ଏସ୍‌ପି କହିଛନ୍ତି।

ପାର୍ବଣ ଋତୁ ଆସିଲେ ସକ୍ରିୟ ହୋଇ ଉଠନ୍ତି କଫ୍‌ ସିରପ୍‌ ମାଫିଆ। ପଡ଼ୋଶୀ ରାଜ୍ୟରୁ କଫ୍‌ ସିରପ୍‌ ଆଣି ଖୋଲମ୍‌ ଖୋଲା ବିକ୍ରି କରନ୍ତି। ପୂର୍ବରୁ ଦୁର୍ଗା ପୂଜା ସମୟରେ କଫ୍‌ ସିରପ୍‌ ଆଣୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ିଥିଲେ। ପ୍ରାୟ ୩୫ ଜଣ ଗିରଫ ହୋଇ ଜେଲ୍‌ ଯାଇଥିଲେ।