ହ୍ବାଇଟ୍ ହାଉସରେ ଶେଷ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ୍...
ୱାଶିଂଟନ୍: ହ୍ବାଇଟ୍ ହାଉସରେ ଶେଷ ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦୀପ ଜାଳି ସେ ଦୀପାବଳି ପାଳିଛନ୍ତି । ଏହି ଅବସରରେ ୬ଶହରୁ ଊର୍ଦ୍ଧ୍ୱ ଭାରତୀୟ-ଆମେରିକୀୟ ଉପସ୍ଥିତ ଥିଲେ । ବାଇଡେନ୍ ଭାରତୀୟ-ଆମେରିକୀୟ ସାଂସଦ, ଅଧିକାରୀ ଏବଂ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରି କହିଥିଲେ, ହ୍ୱାଇଟ୍ ହାଉସ୍ରେ ସବୁଠୁ ବଡ଼ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିବା ତାଙ୍କ ପାଇଁ ସମ୍ମାନର କଥା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସିନେଟର ରହିବା ସମୟରେ ସେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ସହ ମିଶି କାମ କରିଛନ୍ତି । ଦକ୍ଷିଣ-ଏସୀୟ ଆମେରିକୀୟ ସମୁଦାୟ ଆମେରିକାର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି । ଏହା ଦୁନିଆରେ ସବୁଠୁ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ସମୁଦାୟ । ଏବେ ଦୀପାବଳି ଗର୍ବର ସହ ହ୍ୱାଇଟ୍ ହାଉସ୍ରେ ପାଳନ କରାଯିବ । ସମାରୋହରେ ଉପରାଷ୍ଟ୍ରପତି କମଳା ହାରିସ୍, ପ୍ରଥମ ମହିଳା ଜିଲ୍ ବାଇଡେନ୍ ସାମିଲ ହୋଇ ନ ଥିଲେ । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ହାରିସ୍ ଆସିପାରି ନ ଥିବା ବାଇଡେନ୍ କହିଥିଲେ । ଅନ୍ୟପକ୍ଷରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଭିଡିଓ ବାର୍ତ୍ତା ଜାରି କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ କହିଛନ୍ତି, ସ୍ପେସ୍ ଷ୍ଟେସନରେ ପୃଥିବୀରୁ ୪ଶହ କିମି ଉଚ୍ଚରେ ଦୀପାବଳି ପାଳନ କରିବାର ନିଆରା ଅବସର ମିଳିଛି ।
ୱାଶିଂଟନ୍: ହ୍ବାଇଟ୍ ହାଉସରେ ଶେଷ ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦୀପ ଜାଳି ସେ ଦୀପାବଳି ପାଳିଛନ୍ତି । ଏହି ଅବସରରେ ୬ଶହରୁ ଊର୍ଦ୍ଧ୍ୱ ଭାରତୀୟ-ଆମେରିକୀୟ ଉପସ୍ଥିତ ଥିଲେ । ବାଇଡେନ୍ ଭାରତୀୟ-ଆମେରିକୀୟ ସାଂସଦ, ଅଧିକାରୀ ଏବଂ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରି କହିଥିଲେ, ହ୍ୱାଇଟ୍ ହାଉସ୍ରେ ସବୁଠୁ ବଡ଼ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିବା ତାଙ୍କ ପାଇଁ ସମ୍ମାନର କଥା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସିନେଟର ରହିବା ସମୟରେ ସେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ସହ ମିଶି କାମ କରିଛନ୍ତି ।
ଦକ୍ଷିଣ-ଏସୀୟ ଆମେରିକୀୟ ସମୁଦାୟ ଆମେରିକାର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି । ଏହା ଦୁନିଆରେ ସବୁଠୁ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ସମୁଦାୟ । ଏବେ ଦୀପାବଳି ଗର୍ବର ସହ ହ୍ୱାଇଟ୍ ହାଉସ୍ରେ ପାଳନ କରାଯିବ । ସମାରୋହରେ ଉପରାଷ୍ଟ୍ରପତି କମଳା ହାରିସ୍, ପ୍ରଥମ ମହିଳା ଜିଲ୍ ବାଇଡେନ୍ ସାମିଲ ହୋଇ ନ ଥିଲେ । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ହାରିସ୍ ଆସିପାରି ନ ଥିବା ବାଇଡେନ୍ କହିଥିଲେ । ଅନ୍ୟପକ୍ଷରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଭିଡିଓ ବାର୍ତ୍ତା ଜାରି କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ କହିଛନ୍ତି, ସ୍ପେସ୍ ଷ୍ଟେସନରେ ପୃଥିବୀରୁ ୪ଶହ କିମି ଉଚ୍ଚରେ ଦୀପାବଳି ପାଳନ କରିବାର ନିଆରା ଅବସର ମିଳିଛି ।