‘ହ୍ବାଟ୍ସଆପ୍’ରେ ନିଜର ସିକ୍ରେଟ୍ ଚାଟ୍କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…
ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍’ରେ ଏନେଇ ସୁବିଧା ଉପଲବ୍ଧ ରହିଛି। ଚାଟ୍କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍’। ଏହାଛଡ଼ା ଆପଣ ଚାଟ୍କୁ ଲକ୍ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ। […] The post ‘ହ୍ବାଟ୍ସଆପ୍’ରେ ନିଜର ସିକ୍ରେଟ୍ ଚାଟ୍କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍’ରେ ଏନେଇ ସୁବିଧା ଉପଲବ୍ଧ ରହିଛି।
ଚାଟ୍କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍’। ଏହାଛଡ଼ା ଆପଣ ଚାଟ୍କୁ ଲକ୍ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ।
ସିକ୍ରେଟ୍ ଚାଟ୍କୁ ହାଇଡ୍ କରିବା ଲାଗି ତାକୁ ଓପନ୍ କରନ୍ତୁ। ପ୍ରୋଫାଇଲ ଅପଶନ୍କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘ଚାଟ୍ ଲକ୍’ ଅପଶନ୍ ନଜର ଆସିବ। ଏଥିରେ ଟାପ୍ କରନ୍ତୁ। ପରେ ନିଜର ପାସଓ୍ବାର୍ଡ ସେଭ୍ କରନ୍ତୁ।
ଯେଉଁ ଚାଟ୍କୁ ଲକ୍ କରିବାର ଅଛନ୍ତି ତା ଉପରେ କିଛି ସମୟ ଟାପ୍ କରି ରଖନ୍ତୁ। ଏହାପରେ ତିନି ବିନ୍ଦୁରେ ଟାପ୍ କରନ୍ତୁ। ସେଠାରେ ଚାଟ୍ ଲକ୍ କରିବା ଅପଶନ ନଜର ଆସିବ।
ଚାଟ୍ ଲକ୍ କରିବା ପରେ ହାଇଡ୍ ଲକ୍ଡ ଚାଟ୍ ଅପଶନକୁ ବି ଅନ୍ କରିବାକୁ ହେବ। ଏଥିଲାଗି ଲକ୍ ଚାଟ୍ସ ଅପଶନକୁ ଯାଇ ଅନ୍ କରିନିଅନ୍ତୁ।
ଏହାଛଡ଼ା ଆପଣ ଏକ ସିକ୍ରେଟ୍ କୋର୍ଡ ବି ଦାଖଲ କରନ୍ତୁ। ଫଳରେ ଆପଣ ତାର ସହାୟତାରେ ଚାଟ୍ ଦେଖିପାରିବେ। ଆପଣ ୪ ଅକ୍ଷର ନଚେତ ଗୋଟିଏ ଇମୋଜିକୁ ସିକ୍ରେଟ୍ କୋର୍ଡ ଭାବେ ବ୍ୟବହାର କରିପାରିବେ।
ସିକ୍ରେଟ୍ ଚାଟ୍ କାହାରିକୁ ନଜର ଆସି ନ ଥାଏ। ହେଲେ ଯଦି ଆପଣ ଏହି ଚାଟ୍କୁ ଦେଖିବାକୁ ଚାହାନ୍ତି ତେବେ ସର୍ଚ୍ଚକୁ ଯାଇ ନିଜର ସିକ୍ରେଟ୍ କୋର୍ଡ ଦିଅନ୍ତି ତେବେ ଉକ୍ତ ଚାଟ୍ ନଜର ଆସିବ।
The post ‘ହ୍ବାଟ୍ସଆପ୍’ରେ ନିଜର ସିକ୍ରେଟ୍ ଚାଟ୍କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି… appeared first on Dharitri Odia News.