ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପକୁ ନେଇ ଆସିଛି ଏକ ବଡ଼ ଖବର । ବହୁ ୟୁଜର୍ସ ହ୍ୱାଟସଆପ୍ ଖୋଲୁ ପାରୁନାହାନ୍ତି । ଆପ ଲଗ୍ ଇନ୍ ହେଉନି । ‘Service Unavailable. We’re having trouble connecting to WhatsApp. Please try again in a few minutes.’ ହ୍ୱାଟସଆପକୁ ଲଗ୍ ଇନ୍ କରିବା ସମୟରେ ଏଭଳି ଏରର ମେସେଜ୍ ଦେଖାଉଛି । ବିଶ୍ୱ ସ୍ତରରେ କୋଟି କୋଟି ୟୁଜର୍ସ ହ୍ୱାଟସଆପ୍ ବ୍ୟବହାର କରୁଥିବାରୁ […]

ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି
WhatsApp

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପକୁ ନେଇ ଆସିଛି ଏକ ବଡ଼ ଖବର । ବହୁ ୟୁଜର୍ସ ହ୍ୱାଟସଆପ୍ ଖୋଲୁ ପାରୁନାହାନ୍ତି । ଆପ ଲଗ୍ ଇନ୍ ହେଉନି । ‘Service Unavailable. We’re having trouble connecting to WhatsApp. Please try again in a few minutes.’ ହ୍ୱାଟସଆପକୁ ଲଗ୍ ଇନ୍ କରିବା ସମୟରେ ଏଭଳି ଏରର ମେସେଜ୍ ଦେଖାଉଛି ।

ବିଶ୍ୱ ସ୍ତରରେ କୋଟି କୋଟି ୟୁଜର୍ସ ହ୍ୱାଟସଆପ୍ ବ୍ୟବହାର କରୁଥିବାରୁ ଅନେକ ୟୁଜର୍ସ ଏନେଇ ସମସ୍ୟାର ସାମ୍ନା କରିଥିଲେ । ସେମାନେ ଏହି ସୋସିଆଲ ମିଡ଼ିଆ ଆପକୁ ଖୋଲିପାରି ନଥିଲେ କି ଲଗ୍ ଇନ୍ କରିପାରି ନଥିଲେ । ବୁଧବାର ରାତି ପାଖାପାଖି ୧୧.୪୫ ସମୟରେ ଏହି ସମସ୍ୟା ଦେଖାଦେଇଥିଲା । ୟୁର୍ଜସ ଏହି ମେସେଜିଂ ଆପରେ କୌଣସି ମେସେଜ ପଠାଇ ପାରିନଥିଲେ କି ଗ୍ରହଣ କରିପାରି ନଥିଲେ । ଏପରିକି ଇନଷ୍ଟାଗ୍ରାମ ମଧ୍ୟ ଡାଉନ୍ ହୋଇଥିବା ଜଣାପଡ଼ିଥିଲା । ୬୧ ପ୍ରତିଶତ ୟୁଜର୍ସ ଇନଷ୍ଟାଗ୍ରାମରେ ସମସ୍ୟାର ସାମ୍ନା କରିଥିବା ବେଳେ ୨୮ ପ୍ରତିଶତ ଫିଡକୁ ରିଫ୍ରେଶ କରିପାରିନଥିଲେ । ଏହି ସମସ୍ୟା ଦେଖାଦେବା ପରେ ନେଟିଜେନ୍ସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଅଭିଯୋଗ ଶେୟାର କରିଥିଲେ ।