ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣା ମେଣ୍ଟ ,ଝାର କୁଣ୍ଡାମାଲ କୁ ହରାଇ ସିର୍ଲିଗୁଡା ଦଳ ଚାମ୍ପିୟାନ

କଳାହାଣ୍ଡି:୨୧/୦୧(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ର ଅଗ୍ରଣୀ ଯୁବକ ଅନୁଷ୍ଠାନ ୟଙ୍ଗ ଷ୍ଟାର କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଗତ୧୫ ତାରିଖ ରୁ ଉଦଘାଟିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଥିଲା। ଉଦଯାପିତ ଫୁଟବଲ ଟୁର୍ଣ୍ଣା ମେଣ୍ଟ ରେ ଝାର କୁଣ୍ଡାମାଲ ଓ ଫୁଫ ଗାଁ ସିର୍ଲିଗୁଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଉଦଯାପିତ ଟୁର୍ଣ୍ଣା ମେଣ୍ଟ ରେ ମୁଖ୍ୟ ଅତିଥି […] The post ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣା ମେଣ୍ଟ ,ଝାର କୁଣ୍ଡାମାଲ କୁ ହରାଇ ସିର୍ଲିଗୁଡା ଦଳ ଚାମ୍ପିୟାନ appeared first on Odisha.News.

ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣା ମେଣ୍ଟ ,ଝାର କୁଣ୍ଡାମାଲ କୁ ହରାଇ ସିର୍ଲିଗୁଡା ଦଳ ଚାମ୍ପିୟାନ

କଳାହାଣ୍ଡି:୨୧/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ର ଅଗ୍ରଣୀ ଯୁବକ ଅନୁଷ୍ଠାନ ୟଙ୍ଗ ଷ୍ଟାର କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଗତ୧୫ ତାରିଖ ରୁ ଉଦଘାଟିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଥିଲା। ଉଦଯାପିତ ଫୁଟବଲ ଟୁର୍ଣ୍ଣା ମେଣ୍ଟ ରେ ଝାର କୁଣ୍ଡାମାଲ ଓ ଫୁଫ ଗାଁ ସିର୍ଲିଗୁଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଉଦଯାପିତ ଟୁର୍ଣ୍ଣା ମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର, ସମ୍ମାନିତ ଅତିଥି ଭାବେ ବିଜେପି ନେତା ସୁଧୀର କୁମାର ପାତ୍ର,ଚୌବନ ରଣା, ଜୟଲାଲ ନାଏକ, ପରମେଶ୍ବର ପୁଝାରି, କେଦାର ମାଝୀ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳ ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଆରମ୍ଭ ହୋଇଥିବା ବେଳେ ଖେଳ ପରିଚାଳନା ରେ ରେଫରି ତାପସ ଦାସ, ଲାଇନ ମେନ ସଞ୍ଜୀବ ଦୁର୍ଗା, ଭୁପେନ୍ଦ୍ର ଗୋପାଳ ଓ ବୈକୁଣ୍ଠ ଜାଲ ଓ ଅଖିଳ ପଟେଲ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ର ଚିତାକର୍ଷକ ଓ ସଂଘର୍ଷ ପୂର୍ଣ୍ଣ ଖେଳ ରେ ସମୟ ସୀମା।ମଧ୍ୟରେ କେହି ଦଳ ଗୋଲ ଦେବାରେ ସକ୍ଷମ ହୋଇ ନପାରି ଥିବା ବେଳେ ଟ୍ରାଇ ବ୍ରେକର ରେ ୬/୫ ଗୋଲ ରେ ଝାର କୁଣ୍ଡାମାଲ ଦଳ କୁ ପରାଜିତ କରି ସିର୍ଲିଗୁଡା ଦଳ ମ୍ୟାଚ ଚମ୍ପିୟାନ ହୋଇଛି। ବିଜେତା ଓ ଉପ ବିଜେତା ଦଳ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ନରେଶ ମାଝୀ, ବେଲାଲ ପୁଝାରି, ଗଜେନ୍ଦ୍ର ରଣା, ରମେଶ ଦଳପତି, ପଞ୍ଚା ଚଳାନ, ଭୁପେନ୍ଦ୍ର ରଣା ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଫାଇନାଲ।ଖେଳ ଦେଖିବାକୁ ପଡିଆ ରେ ୨ ହଜାର ରୁ ଉର୍ଦ୍ଧ୍ବ ଖେଳପ୍ରେମୀ ଉପସ୍ଥିତ ଥିଲେ।

The post ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣା ମେଣ୍ଟ ,ଝାର କୁଣ୍ଡାମାଲ କୁ ହରାଇ ସିର୍ଲିଗୁଡା ଦଳ ଚାମ୍ପିୟାନ appeared first on Odisha.News.