ୟୁକ୍ରେନ ଉପରେ ଋଷର ରକେଟ ମାଡ଼, ନିନ୍ଦା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଗତ ୩ ବର୍ଷ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଯୁଦ୍ଧବିରତି ପରେ ଉଭୟ ଦେଶ ଏବେ ପୁଣି ଯୁଦ୍ଧରେ ଲିପ୍ତ ହୋଇଛନ୍ତି। ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଋଷ ୟୁକ୍ରେନ ଉପରେ ଏକ ଘାତକ ଏୟାର ଷ୍ଟ୍ରାଇକ କରିଛି, ଯାହା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭର୍ତ୍ସନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଋଷର ଏହି କାର୍ଯ୍ୟ ଏହାର ପତନ ଆଣିପାରେ। […] The post ୟୁକ୍ରେନ ଉପରେ ଋଷର ରକେଟ ମାଡ଼, ନିନ୍ଦା କଲେ ଟ୍ରମ୍ପ appeared first on Odisha.News.

ୟୁକ୍ରେନ ଉପରେ ଋଷର ରକେଟ ମାଡ଼, ନିନ୍ଦା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଗତ ୩ ବର୍ଷ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଯୁଦ୍ଧବିରତି ପରେ ଉଭୟ ଦେଶ ଏବେ ପୁଣି ଯୁଦ୍ଧରେ ଲିପ୍ତ ହୋଇଛନ୍ତି। ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଋଷ ୟୁକ୍ରେନ ଉପରେ ଏକ ଘାତକ ଏୟାର ଷ୍ଟ୍ରାଇକ କରିଛି, ଯାହା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭର୍ତ୍ସନା କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ଋଷର ଏହି କାର୍ଯ୍ୟ ଏହାର ପତନ ଆଣିପାରେ। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ ୨୫ ମଇ, ୨୦୨୫ ରବିବାର ନ୍ୟୁ ଜର୍ସିର ମୋରିଷ୍ଟାଉନ୍ ବିମାନବନ୍ଦରରେ ଋଷକୁ ଚେତାବନୀ ଦେଇ କହିଥିଲେ, ‘ଯଦି ସେମାନେ ସମଗ୍ର ୟୁକ୍ରେନକୁ ଚାହାଁନ୍ତି, ତେବେ ଏହା ଋଷକୁ ପତନ ଆଡ଼କୁ ନେଇଯିବ।’ ଟ୍ରମ୍ପ ସ୍ପଷ୍ଟ ଶବ୍ଦରେ କହିଥିଲେ, ‘ମୁଁ ପୁଟିନଙ୍କ ଉପରେ ଖୁସି ନୁହେଁ।’ ଋଷ ବହୁତ ଲୋକଙ୍କୁ ହତ୍ୟା କରୁଛି। ଆଉ ମୁଁ ଜାଣିନାହିଁ ପୁଟିନଙ୍କ ସହିତ କ’ଣ ହୋଇଛି। ମୁଁ ତାଙ୍କୁ ବହୁତ ଦିନ ଧରି ଜାଣିଛି। ମୁଁ ସବୁବେଳେ ସେମାନଙ୍କ ସହିତ ଅଛି, କିନ୍ତୁ ସେମାନେ ସହରଗୁଡ଼ିକୁ ରକେଟ୍ ପଠାଉଛନ୍ତି ଏବଂ ଲୋକଙ୍କୁ ହତ୍ୟା କରୁଛନ୍ତି। ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ।

ଟ୍ରମ୍ପ ଆହୁରି କହିଛନ୍ତି, ‘ଆମେ କଥା ହେଉଛୁ ଏବଂ ସେ କିଭ୍ ଏବଂ ଅନ୍ୟାନ୍ୟ ସହର ଉପରେ ରକେଟ ମାଡ଼ କରୁଛନ୍ତି।’ ପୁଟିନ ଯାହା କରୁଛନ୍ତି ତାହା ମୋତେ ଆଦୌ ପସନ୍ଦ ନୁହେଁ। ସେ ଲୋକଙ୍କୁ ହତ୍ୟା କରୁଛନ୍ତି। ଯାହା ଆଦୌ ଠିକ୍ ମଧ୍ୟ ନୁହେଁ।

The post ୟୁକ୍ରେନ ଉପରେ ଋଷର ରକେଟ ମାଡ଼, ନିନ୍ଦା କଲେ ଟ୍ରମ୍ପ appeared first on Odisha.News.